ବଙ୍ଗୋମୁଣ୍ଡା ମହିମା ପୀଠରେ ରାଜ୍ୟସ୍ତରୀୟ ସନ୍ଥକବି ଭୀମଭୋଇ ଜୟନ୍ତୀ ମହୋତ୍ସବ ପାଳିତ

ବଙ୍ଗୋମୁଣ୍ଡା,(ନାଗରାଜ ନ୍ୟୁଜ): ବଙ୍ଗୋମୁଣ୍ଡା ସ୍ଥିତ ସନ୍ଥ ଭୀମଭୋଇ ଗୁରୁପୀଠ ଆଶ୍ରମ ପରିସରରେ ଶହେ ତେସ୍ତରି ତମ ରାଜ୍ୟସ୍ତରୀୟ ସନ୍ଥକବି ଭୀମଭୋଇ ଜୟନ୍ତୀ ମହୋତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି.ପବିତ୍ର ବୈଶାଖ ପୁର୍ଣିମା ତିଥିରେ ଭୀମ ଭୋଇ ଜୟନ୍ତୀ ପାଳନ ଉପଲକ୍ଷେ ବ୍ରହ୍ମ ମୁହୂର୍ତ୍ତ ରେ ବ୍ରହ୍ମ ଅବଧୂତ କପିଳେନ୍ଦ୍ର ବାବା ଅଖଣ୍ଡ ଦ୍ବୀପ ପ୍ରଜ୍ବଳନ ଏବଂ ବ୍ରହ୍ମଧୁନୀ ସ୍ଥାପନ କରିଥିଲେ l ପରେ ଅଲେଖ ମହିମା ଧର୍ମ ର ଶତାଧିକ ସାଧୁ ସନ୍ଥ,ଭକ୍ତ,କବି,ଲେଖକ,ସମାଜ ସେବୀ,ଆଦିବାସୀ ଡକାଦଳ,ଖଞ୍ଜଣୀ ଦଳ,କୀର୍ତ୍ତନ ଦଳ ସମାବେଶ ରେ ଏକ ବର୍ଣ୍ଣାଢ୍ୟ ଆଧ୍ୟାତ୍ମିକ ସାଂସ୍କୃତିକ ଶୋଭାଯାତ୍ରା ବଙ୍ଗୋମୁଣ୍ଡା ସହର ପରିକ୍ରମା କରିଥିଲେ l ଶୋଭାଯାତ୍ରା ପରେ ଦିବ୍ୟ ଚେତନା ମହିମା ମନ୍ଦିର ସନ୍ଥ କବି ଭୀମଭୋଇ ଗୁରୁକୁଳ ଆଶ୍ରମ ପରିସରରେ ଅବଧୂତ କପିଳେନ୍ଦ୍ର ବାବା ଙ୍କ କରକମଳରେ ଭୀମଭୋଇ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା l ଗୁରୁକୁଳ ଆଶ୍ରମ ସ୍ଥିତ ସଭlକକ୍ଷ୍ୟ ଠାରେ ରାଜ୍ୟ ସ୍ତରୀୟ ସନ୍ଥକବି ଭୀମଭୋଇ ଜୟନ୍ତୀ ମହୋତ୍ସବ ପାଳିତ ହୋଇଥିଲା l ଜୟନ୍ତୀ ମହୋତ୍ସବ ରେ ସନ୍ଥକବି ଭୀମ ଭୋଇ ସାହିତ୍ୟ ପରିଷଦ ଦ୍ୱାରା ରଚିତ ବ୍ରହ୍ମ ଜ୍ୟୋତି ପୁସ୍ତକ କୁ ମୁଖ୍ୟ ଅତିଥି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଶୁଭ ଉନ୍ମୋଚନ କରିଥିଲେ l ବ୍ରହ୍ମ ଅବଧୂତ କପିଳେନ୍ଦ୍ର ବାବା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଭାବରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା,ସମ୍ମାନିତ ବକ୍ତା ଭାବରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହାସଚିବ ନିରଞ୍ଜନ ବିଶି,ସମ୍ମାନିତ ଅତିଥି ଅବସର ପ୍ରାପ୍ତ ଅବକାରୀ ଅଧିକ୍ଷକ ପୁରୁଷୋତ୍ତମ ଧରୁଆ,ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟାକ୍ଷ,ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ବ୍ଲକ ସଭାପତି ପଦ୍ମନ ପ୍ରଧାନୀ,ସମ୍ପାଦକ ସାରଥୀ ବାଗ,ସଂଗଠକ ଥବିର ପୂଝlରୀ,ରୀନା ମାଝି,ଭୁବନ ମାଝି,ସରୋଜ ପୂଝlରୀ,ସାଧୁ ବାବା ପବିତ୍ର ଶବର,ଯୁଧିଷ୍ଠିର ବାବା,ମହିମାଧର୍ମ ଗବେଷକ ପ୍ରମୁଖ ଯୁଗଜନ୍ମା ମହାପୁରୁଷ ସନ୍ଥକବି ଭୀମଭୋଇ ଙ୍କ ଜୀବନୀ,ଦର୍ଶନ,ସମାଜ ସଂସ୍କାର,ମାନବ ସେବା,ବିଶ୍ୱ କଲ୍ୟାଣ ସହିତ ଜୀବଜଗତ ର ମଙ୍ଗଳ ପାଇଁ ସତ୍ୟ ଧର୍ମ କର୍ମ ସାହିତ୍ୟ,ସରଳ ସୁଗମ୍ୟ ଭଜନ,ଜଣାଣ, ଗୀତା ରଚନା,ତ୍ୟାଗ ତପସ୍ୟା ଉପଦେଶ ଉପରେ ଆଲୋକପାତ କରିଥିଲେ l ଗୁରୁକୁଳ ଆଶ୍ରମ ର ସଭାପତି ଶରତ ଚନ୍ଦ୍ର ସିଂ ଭୋଇ ସଭା ପରିଚାଳନା କରିଥିଲେ l ଜୟନ୍ତୀ ଉତ୍ସବ ସମାରୋହ ପରେ ଭୀମ ଭୋଇଙ୍କ ରଚିତ ଭଜନ ଜଣାଣ ଚଉତିଶା ସ୍ତୁତିଚିନ୍ତାମଣି ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

Leave a Reply

Your email address will not be published.