ଖୋଲା କୂଅରୁ ଗାଈ ଉଦ୍ଧାର

ରାଉରକେଲା,(ନାଗରାଜ ନ୍ୟୁଜ): ଆଜି ତାରିଖ ୧୬ ମଇ ସୋମବାର ଦିନ ସେକ୍ଟର ୪ ସିଟି ମାର୍କେଟ ସ୍ଥିତ ଏକ ଖୋଲା କୂଅରେ ଦିବା ୧୦:୩୦ ଟା ସମୟରେ ଏକ ଛୋଟ ଗାଇ ପଡ଼ିଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ସିଟି ମାର୍କେଟର ଦୋକାନୀଙ୍କ ଦ୍ଵାରା ଅଗ୍ନିଶ୍ରମ ବିଭାଗକୁ ଫୋନ କରି ଖବର ଦେବାରୁ ଗାଈଟିକୁ ଉଦ୍ଧାର କରାଯାଇଥିଲା । ଖବର ରହିଛି ଯେ ଏକ ମାସ ତଳେ ଆଉ ଗୋଟେ ଗାଇ କୁ ମଧ୍ୟ ସେହି କୂଅରୁ ଉଦ୍ଧାର କରାଯାଇଥିଲା । ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ତୁରନ୍ତ ପଦକ୍ଷେପ ନେବା ପାଇଁ ଜନତାଙ୍କ ଦ୍ଵାରା କତୃପକ୍ଷଙ୍କୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published.