ବାଙ୍କୀ ମହୋତ୍ସବ ଉଦଘାଟିତ

ବାଙ୍କୀ,(ନାଗରାଜ ନ୍ୟୁଜ): ବାଙ୍କୀ ମହୋତ୍ସବ ଉଦଘାଟିତ । ଏହା ପାଞ୍ଚଦିନ ପର୍ଯ୍ୟନ୍ତ ଅକ୍ଟୋବର ନରୁ ତେର ତାରିଖ ପର୍ଯ୍ୟନ୍ତ ଚାଲିବ । କୋଭିଡ ଯୋଗୁଁ ଦୁଇ ବର୍ଷ ହେବ ବନ୍ଦ ରହିଥିବାବେଳେ ଏବେ ଏହି ମହୋତ୍ସବ 23ବର୍ଷରେ ପଦାର୍ପଣ କରିଛି । ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ମହୋତ୍ସବର ସଭାପତି ବାଙ୍କୀ ବିଧାୟକ ଦେବିରଞ୍ଜନ ତ୍ରିପାଠୀ ତଥା ମୁଖ୍ୟ ଅତିଥି ପୂର୍ତ୍ତ, ଇସ୍ପାତ ଓ ଖଣି ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ । ଏଥିସହ କଟକ ସଂ।ସନ୍ଦ ଭର୍ତୁହରି ମହତାବ, କଟକ ବାରବାଟି ବିଧାୟକ ଦେବାଶିଷ ସାମନତରାୟ, କଟକ କଲେକ୍ଟର ଭବାନୀଶଙ୍କର ଚୟନି ଆଦି ଅନେକ ମନ୍ୟଗଣ୍ୟ ବ୍ୟକ୍ତି ବିଶେଷ । ପ୍ରଥମେ ମା ଚର୍ଚ୍ଚିକାଙ୍କ ପୀଠରୁ ଆଜ୍ଞାମାଳ ସହ ଜ୍ୟୋତି ଆସି ମହୋତ୍ସବ ମଣ୍ଡପରେ ସ୍ଥାପନ କରାଯିବା ପରେ ଆରମ୍ଭ ହୋଇଛି ମହୋତ୍ସବ । ଚଳ ଚଞ୍ଚଳ ହୋଇଛି ବାଙ୍କୀବଜାର । ଶହେରୁ ଉର୍ଦ୍ଧ୍ବ ପଡ଼ିଛି ବିଭିନ୍ନ ପ୍ରକାର ଷ୍ଟଲ । ମଜା ନେଉଛନ୍ତି ଦର୍ଶକ । ବାଙ୍କୀର କୋଣ ଅନୁକୋଣରେ ରହିଥିବା ପ୍ରତିଭାମାନଙ୍କୁ ସମ୍ମାନିତ କରଯାଇଛି ଏହି ମହୋତ୍ସବ ମଣ୍ଡପରେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସଜାଗ ରହିଛି ପୋଲିସ୍ ପ୍ରଶାସନ ।

Leave a Reply

Your email address will not be published.