ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ, ଅଭିଯୁକ୍ତ ବାପ ସହିତ ଦୁଇ ନାବାଳକ ଗିରଫ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ପୂର୍ବ ଶତ୍ରୁତାରୁ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଛି । ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଶ୍ରୀମନ୍ତପୁର ଗ୍ରାମରେ । ଗ୍ରାମର ଗଙ୍ଗାଧର ପଧାନ ଗତକାଲୀ ଦିନ ବାରଟା ସମୟରେ ବିଲକୁ ଯାଉଥିବା ସମୟରେ କୁଶଗୋଡା ଗ୍ରାମର ଶେଷ ଦେହୁରୀ ଓ ତାଙ୍କର ଦୁଇ ନାବାଳକ ପୁଅ ଠେଙ୍ଗାରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଗଙ୍ଗାଧର ଟଳିପଡିବା ସମୟରେ ଗ୍ରାମବାସୀଙ୍କୁ ଦେଖି ବାପପୁଅ ଫେରାର ହୋଇଥିଲେ । ଘଟଣାସ୍ଥଳରୁ ଗଙ୍ଗାଧରଙ୍କୁ ଉଦ୍ଧାର କରି ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ଵାଥ୍ୟ କେନ୍ଦ୍ର ରେ ଭର୍ତ୍ତୀ କରିଥିଲେ । ସେଠି ଡାକ୍ତର ତାଙ୍କୁ କଟକ ରେଫର କରିଥିଲେ ହେଁ ଅର୍ଥ ଅଭାବରୁ ଘରକୁ ଆଣିଥିଲେ । କିନ୍ତୁ ଗତକାଲୀ ରାତ୍ର ୧୧ ଟା ସମୟରେ ତାଙ୍କର ନିଜ ଘରେ ମୃତ୍ୟୁ ହୋଇଥିଲା । ତେବେ ପରିବାର ଲୋକେ ଆଜି ନିହଲପ୍ରସାଦ ଥାନାରେ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇବା ସହିତ ଅଭିଯୁକ୍ତ ବାପ ଓ ଦୁଇ ନାବାଳକ ପୁଅଙ୍କୁ ଗିରଫ କରିଛି ନିହଲପ୍ରସାଦ ପୋଲିସ । ତେବେ ଘଟଣାସ୍ଥଳରେ ଢେଙ୍କାନାଳ ସାଇଣ୍ଟିଫିକ ଟିମି ପହଞ୍ଚି ତଦନ୍ତ ଜାରିରଖିଛି ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.