ବାଙ୍କୀ ଗସ୍ତରେ କଂଗ୍ରେସର ଓଡ଼ିଶା ପ୍ରଭାରୀ ଡା. ଚେଲାକୁମାର

ବାଙ୍କୀ, (ନାଗରାଜ ନ୍ୟୁଜ ): ଅଖିଳ ଭାରତ କଂଗ୍ରେସ କମିଟିର ଓଡ଼ିଶା ପ୍ରଭାରୀ ଡା.ଚେଲାକୁମାର ବାଙ୍କୀ ଗସ୍ତରେ ଆସି ଖଜୁରୀପଦା ଠାରେ ସାମ୍ବାଦିକ ଆଦିତ୍ୟ ନରସିଂହଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ଏକ ବିରାଟ ଶୋଭାଯାତ୍ରା ଆସି ପ୍ରଥମେ ବାଙ୍କୀ କଚେରୀ ପଡ଼ିଆ ଠାରେ ପଂହଁଚିଥିଲେ । ପରେ ବାଙ୍କୀର ପୂର୍ବତନ ବିଧାୟକ ଡା.ଦେବାଶିଷ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏକ ବିରାଟ ଶୋଭାଯାତ୍ରାରେ ବାଙ୍କୀ ବ୍ଲକ ଖଜୁରୀପଦା ପର୍ୟ୍ୟନ୍ତ ଯାଇଥିଲେ । ଗତ ୨୦୨୦ଫେବୃୟାରୀ ୧୫ତାରିଖରେ ବାଙ୍କୀ ଜୋକଲାଞ୍ଜି କାଜୁ ଜଙ୍ଗଲ ଠାରେ ଡବଲ ମର୍ଡର ଘଟଣାରେ ପ୍ରାଣ ହରାଇଥିବା ସାମ୍ବାଦିକ ଆଦିତ୍ୟ ରଣସିଂହ ଓ କଂଗ୍ରେସ ଦଳ ସମର୍ଥିତ ନୂଆଗାଁ ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ଆଦିତ୍ୟ ରଣସିଂହ ଓ ସରପଞ୍ଚଙ୍କ ବାସଭବନକୁ ଯାଇ ସେମାନଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ଏଥିସହ ବାଙ୍କୀର ପୂର୍ବତନ ବିଧାୟକ ସ୍ୱର୍ଗତ ଗୋକୁଳାନନ୍ଦ ପ୍ରହରାଜ ଓ ବୈଦ୍ୟେଶ୍ୱରଠାରେ ନିଳମଣୀ ବିଦ୍ୟାରତ୍ନଙ୍କ ପ୍ରତିମୂର୍ତ୍ତିରେ ଚେଲାକୁମାର ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ଚେଲାକୁମାରଙ୍କ ସହିତ ରାଜ୍ୟ ପ୍ରଦେଶ କଂଗ୍ରେସ କାର୍ୟ୍ୟକାରୀ ସଭାପତି ଚିରଞ୍ଜିବି ବିଶ୍ୱାଳ, ସଂପାଦକ ରୁଦ୍ରରାଜୁ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ସହ ବାଙ୍କୀର ବହୁ ନେତା ଓ କର୍ମୀ ଏହି କାର୍ୟ୍ୟକ୍ରମରେ ସାମିଲ ଥିଲେ ।

Leave a Reply

Your email address will not be published.