ଆଜି ପ୍ରକାଶ ପାଇବ ଦ୍ୱାଦଶ ପରୀକ୍ଷା ଫଳ

ଭୂବନେଶ୍ୱର,(ନାଗରାଜ ନ୍ୟୁଜ): ଆଜି ପ୍ରକାଶ ପାଇବ ଦ୍ୱାଦଶ ଅଫଲାଇନ ପରୀକ୍ଷା ଫଳାଫଳ । ଦିନ ୧୧ ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୁଚନା ମିଳିଛି । ଚଳିତବର୍ଷ ୧୩,୦୪୩ ଛାତ୍ରଛାତ୍ରୀ ମାନେ ବିକଳ୍ପ ମୂଲ୍ୟାଙ୍କନ ବ୍ୟବସ୍ଥା ମାଧ୍ୟମରେ ସେମାନଙ୍କୁ ଦିଆଯାଇଥିବା ମାର୍କରେ ସନ୍ତୁଷ୍ଟ ନଥିଲେ, ଅଫଲାଇନ ପରୀକ୍ଷା ପାଇଁ ପଞ୍ଜୀକୃତ କରିଥିଲେ । ଅଫଲାଇନ ଯୁକ୍ତ ଦୁଇ ପରୀକ୍ଷା ଅକ୍ଟୋବର ୧ ରୁ ୧୧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପରିକ୍ଷା ଫଳ ପ୍ରକାଶ କରିବାରେ ବିଳମ୍ବ ହେତୁ ଯୁକ୍ତ ତିନି ପାଠ୍ୟକ୍ରମରେ ଆଡମିଶନ ନେବାକୁ ଅସମର୍ଥ ବୋଲି ଅଭିଯୋଗ କରିଥିଲେ ।

Leave a Reply

Your email address will not be published.