ବାରଙ୍ଗ ପୋଲିସକୁ ମିଳିଛି ବଡ ସଫଳତା; କାର ସହ ଦେଶୀ ମଦ ଜବତ, ଜଣେ ଗିରଫ

ବାରଙ୍ଗ, (ନାଗରାଜ ନ୍ୟୁଜ): ବାରଙ୍ଗ ପୋଲିସକୁ ମିଳିଛି ବଡ଼ ସଫଳତା । ବୁଧବାର ଦିନ ୨୮୦ ଲିଟର ଦେଶୀ ମଦ ସହ ଜଣଙ୍କୁ ଗିରଫ କରିଥିଲା ପୁଲିସ । ଏହାସହ ବୋଲର ଗାଡିକୁ ମଧ୍ୟ ଜବତ କରଥିଲା । କିନ୍ତୁ ରବିବାର ଦିନ ୩୧୫ ଲିଟର ଦେଶୀ ମଦ ଓ ଏକ କାର ସହ ଜଣକୁ ଗିରଫ କରିଛି ପୁଲିସ । ଗିରଫ ବ୍ୟକ୍ତି ଜଣକ ହେଲେ ଆଠଗଡ଼ ଥାନା ଅନ୍ତର୍ଗତ ମେଘା ଗ୍ରାମର ପିତା ସୌରୀ ଚରଣ ସାହୁଙ୍କ ପୁଅ ମନୋଜ କୁମାର ସାହୁ । ସେ ଏକ କାରରେ ୩୧୫ ଲିଟର ଚୋରା ମଦ ନେଇ ଆସୁଥିବା ସମୟରେ ଫକୀରପଡା ଛକ ନିକଟରେ ବାରଙ୍ଗ ପୋଲିସ ଚେକିଙ୍ଗ କରୁଥିବା ସମୟରେ ଧରା ପଡ଼ିଛନ୍ତି । ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବାରଙ୍ଗ ଥାନା ଆଇଆଇସି ଆକାଶ ଚନ୍ଦ୍ର ରଣା ସୂଚନା ଦେଇଛନ୍ତି ।

ବାରଙ୍ଗରୁ ରଜତ କୁମାର ମୁଦୁଲିଙ୍କ ରିପୋର୍ଟ

Leave a Reply

Your email address will not be published.