ଗଁଦିଆ ବ୍ଲକରେ ଭୀମଭୋଇ ସାମର୍ଥ୍ ଶିବିର ଅନୁଷ୍ଠିତ

ଗଁଦିଆ,(ନାଗରାଜ ନ୍ୟୁଜ): ଆଜି ଗଁଦିଆ ବ୍ଲକର କନ୍ଫରେନ୍ସ ଗୃହରେ ଭୀମଭୋଇ ସାମର୍ଥ୍ ଶିବିର ଅନୁଷ୍ଠିତ ହୋଇଯାଇଛି ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତି କରଣ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ ଶିବିରକୁ ଗଁଦିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ଆଶିଷିରଞ୍ଜନ ସାହୁ ଏହାକୁ ଉଦଘାଟନ କରିଥିଲେ ଉକ୍ତ ବ୍ଲକର29ଗୋଟି ଗ୍ରାମ ପଞ୍ଚାୟତରୁ ମୋଟ346ଜଣ ହିତାଧିକାରୀ ସେମାନଙ୍କର ନାମ ଅନଲାଇନ ରେ ପଞ୍ଜିକରଣ କରିଥିଲେ ସେଥି ମଧ୍ୟରୁ ମାନସିକ ଅନଗ୍ରସର ବିଭାଗରେ76ଜଣ ଅଷ୍ୟଶଲ୍ୟ ବିଭାଗରେ150ଜଣ ମେଡ଼ିସିନ ଏବଂ ଆଲୋଶିଷିଆ ବିଭାଗରେ19ଜଣ ଦୃଷ୍ଟିଶକ୍ତି ବିଭାଗରେ46ଜଣ ନାସା ଗଳା ବିଭାଗରେ55ଜଣ ଆବେଦନ କରିଥିଲେ ବିଭିନ୍ନ ବିଭାଗରେ ଉପସ୍ଥିତ ବିଶେଷଜ୍ଞଡାକ୍ତର ମାନେ ହିତାଧିକାରୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଆଗାମୀ ଦିନରେ ଅନଲାଇନ ମାଧ୍ୟମରେ ସେମାନଙ୍କୁ ପ୍ରମାଣପତ୍ର ଯୋଗାଇ ଦିଆଯିବ ବୋଲି ଜଣାଯାଇଛି ଉକ୍ତ ଶିବିରକୁ ବ୍ଲକର ସମସ୍ତ କର୍ମଚାରୀ ଓ ସ୍ୱେଚ୍ଛାସେବୀ ମାନେ ପରିଚାଳନାରେ ସହଯୋଗ କରିଥିଲେ .

Leave a Reply

Your email address will not be published.