ନାଗରାଜ ନ୍ୟୁଜର ମହାପ୍ରଭାଵ, ଗଁଦିଆ ଏସବିଆଇ ଏଟିଏମ ଭାଙ୍ଗି ୨୨ ଲକ୍ଷରୁ ଅଧିକ ଟଙ୍କା ଲୁଟ ଘଟଣାର ପର୍ଦାଫାଶ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଗତ ଅକ୍ଟୋବର ୩ ତାରିଖ ମଧ୍ୟରାତିରେ ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ବରପଦା ଶ୍ରୀରାମଚନ୍ଦ୍ରପୁର ନିକଟରେ ଥିବା ଏସବିଆଇ ଏଟିଏମ ଲୁଟ ଘଟଣାର ପର୍ଦାଫାଶ ହୋଇଛି l ଏଥିରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ୪ ଅଭିଯୁକ୍ତ ଫେରାର ଅଛନ୍ତି l ଏଟିଏମ ମେସିନ ଭାଙ୍ଗି ଦୁର୍ବୁତ୍ତମାନେ 22,17,900 ଟଙ୍କା ଲୁଟି ନେଇଥିଲେ l ଧରାପଡ଼ିଥିବା ଅଭିଯୁକ୍ତ ମାନଙ୍କ ଠାରୁ 2ଲକ୍ଷ 56 ହଜ଼ାର ଟଙ୍କା ଉଦ୍ଧାର ହୋଇଛି l ଲୁଟରେ ବ୍ୟବହୃତ ଲୁହା ଛେଣି ସିସିଟିଭିର ଡିଭିଆର ବକ୍ସ, ଗୋଟିଏ ମାରୁତି ଅଲ୍ଟୋ କାର, ବାଇକ ମଧ୍ୟ ଜବତ ହୋଇଛି l ଧରାପଡ଼ିଥିବା ୩ ଅଭିଯୁକ୍ତ ହେଲେ ଢେଙ୍କାନାଳ ସଦର ଥାନା କଙ୍କଡ଼ାହାଡ଼ ଗାଁର ଜିତେନ୍ଦ୍ର ନାୟକ, ଭଦ୍ରକର ଜିଲ୍ଲାର ନିର ପାଣି, ଖୋର୍ଦ୍ଧାର ରାକେଶ ଦାସ l ତେବେ ୪ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଏସପି ଲଗାନୟାଗୀ ଦିବ୍ୟା ଭି. ସୂଚନା ଦେଇଛନ୍ତି |

ଢେ଼ଙ୍କାନାଳ ଜିଲ୍ଲାରୁ ଆମ ପ୍ରତିନିଧି ସୌମ୍ୟ ରଞ୍ଜନ ମହାନ୍ତି ରିପୋର୍ଟ

Leave a Reply

Your email address will not be published.