ଜମିଜମା ବିବାଦକୁ ନେଇ ସାନ ଭାଇର ଆକ୍ରମଣରେ ବଡ଼ଭାଇର ମୃତ୍ୟୁ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଳା ବାଲିଆପାଳ ଥାନା ଭେଲପୁରା ଗାଁରେ ଘଟି ଯାଇଛି ଅଘଟଣ । ଜମି ଜମା ବିବାଦକୁ ନେଇ ସାନ ଭାଇର ଆକ୍ରମଣରେ ବଡ଼ ଭାଇ ରତ୍ନାକର ପ୍ରଧାନଙ୍କର ମୃତ୍ୟୁ ଘଟିଛି । ଅଭିଯୁକ୍ତ ସାନ ଭାଇ ରାମ କୃଷ୍ଣ ପ୍ରଧାନ ଥାନାରେ ଆତ୍ମସମର୍ପଣ କରିଛନ୍ତି । ଦୀର୍ଘଦିନ ଧରି ଦୁଇ ଭାଇଙ୍କ ମଧ୍ୟରେ ଜମିଜମାକୁ ନେଇ ବିବାଦ ଲାଗି ରହିଥିଲା । ହଠାତ୍ ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇ ମୃତ୍ୟୁ ବରଣ କରିଥିବା ବେଳେ ଅଭିଯୁକ୍ତ ସାନ ଭାଇ ଥାନାରେ ଆତ୍ମସମର୍ପଣ କରିଛନ୍ତି। ଏନେଇ ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published.