କୁତ୍ରା ବ୍ଳକରେ ବିଜେପି ଏବଂ ବିଜେଡି ମଧ୍ୟରେ କଡା ଟକ୍କର

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଳକ ବିଜେଡିର ଦୁର୍ଗ ବୋଲି ଜଣା ଯାଉଥିଲା, ହେଲେ ଗତ ବିଧାନସଭା ନିର୍ବାଚନରେ ପୂର୍ବତନ ବିଧାୟକ ତଥା ପୂରୁଖାନେତା ମଙ୍ଗଳାକିଶାନ କଂଗ୍ରେସ ଠାରୁ ପରାଜିତ ହେବାପରେ କୁତ୍ରା ବ୍ଳକର ଦୁଟିଯାକ ଜିଲ୍ଲା ପରିଷଦ ପଦଟି ମଧ୍ୟ କଂଗ୍ରେସ ହାତକୁ ଚାଲିଯାଇଥଲା । ଏବେ କିନ୍ତୁ ପୂର୍ବଗଡକୁ ବଜାଏ ରଖିବାପାଇଁ ବିଜେଡି ପ୍ରାଣମୂର୍ଛା ଉଦ୍ୟମ କରି ଝାରବେଡା ପଞ୍ଚାୟତରେ ଦୁଇ ଦୁଇଥର ସରପଞ୍ଚ ରହିଥିବା ଏବଂ କୁତ୍ରା ବ୍ଳକ ସରପଞ୍ଚ ସଂଘର ସଭାପତି ରହିଥିବା ଭେଟ୍ରାନ୍ ସରପଞ୍ଚ ଗଙ୍ଗାରାମମିଞ୍ଜଙ୍କୁ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ କରିଛି । ହେଲେ ବହୁଦିନରୁ ବିଜେପି ଏହି ବ୍ଳକରେ ସ୍ବାଦ ଚାଖି ନଥିଲେ ମଧ୍ୟ ନୂଆଁଗା ପଞ୍ଚାୟତର ଭେଟ୍ରାନ ସରପଞ୍ଚ ‌‌ଜୁନାସ୍ ଲୁଗୁନ୍ ଙ୍କୁ ଗଙ୍ଗାରାମଙ୍କ ସାଙ୍ଗରେ ଲଢେଇ କରିବାକୁ ରାଜନିତୀ ମଇଦାନକୁ ଦଳ ଛାଡିଛି । ଦୁଇ ଜଣ ଯାକ ପ୍ରାର୍ଥୀ କର୍ଣ ଅର୍ଜୁନ ପରି‌ ରାଜନିତୀ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଜଣଙ୍କ ପଲ୍ଲା ଭାରି ରହିଥିବାବେଳେ କଂଗ୍ରେସ ଦଳର ପ୍ରାର୍ଥୀ ବହୁଦୁରରେ ରହିଯାଇଥିବା ପରିଜଣାଯାଏ ।

Leave a Reply

Your email address will not be published.