ବାଇକ-କାର ଦୁର୍ଘଟଣା, ଜଣେ ମୃତ

ପୁରୀ,(ନାଗରାଜ ନ୍ୟୁଜ): ପେଣ୍ଠକଟା ଫାଣ୍ଡିରେ କାର୍ଯ୍ୟରତ ହାବିଲଦାର ପବିତ୍ର ମହାନ୍ତି ନିଜ ବାସଭବନକୁ ବାଇକ ଯୋଗେ ଯାଉଥିଲେ । ଅଠରନଳା ଚିଙ୍ଗୁଡ଼ି ଫାଣ୍ଡି ନିକଟରେ

ବିପରିତ ଦିଗରୁ ଆସୁଥିବା ଏକ କାର ତାଙ୍କ ଗାଡିକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ପବିତ୍ରଙ୍କର ମୃତୁ୍ୟ ହୋଇଥିଲା । ଖବର ପାଇ ପୁରୀ ସଦର ଥାନା ପୁଲିସ ପବିତ୍ରଙ୍କର ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ସଦର ମହକୁମା ଚିକିତ୍ସାଳୟକୁ ପଠାଇଛନ୍ତି । ଏନେଇ ଏକ ମାମଲା ରୁଜୁ କରିଯାଇଛି । ଦୁର୍ଘଟଣାଗ୍ରସ୍ତ କାର ଓ ବାଇକକୁ ଜବତ କରିଛି ପୁଲିସ ।

Leave a Reply

Your email address will not be published.