ବିଜେଡିର ସାମ୍ବାଦିକ ସମ୍ମିଳନୀ

ବାଲେଶ୍ୱର, (ନାଗରାଜ ନ୍ୟୁଜ): ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟ ଜନକ ମୃତ୍ୟୁର ଉପଯୁକ୍ତ ତଦନ୍ତ ଦାବି କରି ବିଜେପି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ମଞ୍ଚାସୀନ ଅତିଥିମାନେ ସରକାର ଓ ତଦନ୍ତକାରୀଙ୍କ ଉପରେ ବର୍ଷିଥିଲେ । ଦଳ ତରଫରୁ ବିଭିନ୍ନ ପ୍ରଶ୍ନବାଣରେ ଘାଇଲା ପାଲଟିଥିବା ବିଜେଡି ହଠାତ ଆଜି ସାମ୍ବାଦିକ ସମ୍ମିଳନୀ ଡାକିଥିଲା । ବିଜେଡି ବ୍ଲକ ସଭାପତି ବ୍ରଜକିଶୋର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଖଇରା ସ୍ଥିତ ବିଜେଡି କାର୍ୟ୍ୟାଳୟ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବ୍ଲକ ଉପାଧ୍ୟକ୍ଷ ଜୟନ୍ତ କୁମାର ରାଉତ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ମହଲା, ପ୍ରହଲ୍ଲାଦ ପତି ଓ ପ୍ରକାଶ ଲେଙ୍କା ପ୍ରମୁଖ ମଞ୍ଚାସୀନ ଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଖଇରା ସରପଞ୍ଚ ସୁଦର୍ଶନ ସେଠୀ, ମାନସ ଦାସ, ରାକେଶ ବରାଳ, ରବୀନ୍ଦ୍ର ମହାନ୍ତି ଓ ଶଶାଙ୍କ ଶେଖର ମହାପାତ୍ରଙ୍କ ସମେତ ଅନେକ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ । ବିଜେଡି କର୍ମୀମାନେ ବିଜେପି ଉପରେ ଦୋଷାରୋପ କରିବା ସହିତ ସୌମ୍ୟଙ୍କ ମୃତ୍ୟୁକୁ ନେଇ ହୀନ ରାଜନୀତି କରୁଛନ୍ତି ବୋଲି ବୋଲି କହିଥିଲେ । ମିଥ୍ୟା ଓ ପ୍ରହସନ କଥା କହି ବିଜେପିର ପ୍ରତ୍ୟକ କଥାକୁ ଖଣ୍ଡନ କରିଥିଲା ବିଜେଡି ।

Leave a Reply

Your email address will not be published.