ଧୂପକାଠି କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ

କଟକ, (ନାଗରାଜ ନ୍ୟୁଜ): ଜଗତପୁରରେ ଥିବା ଏକ ଧୂପକାଠି କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି । ଖବର ପାଇ ମାତ୍ରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚିଛନ୍ତି । ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ନେଇ ସୂଚନା ରହିଛି । ତେବେ କିଛି ସମୟ ମଧ୍ୟରେ ନିଆଁ ଏତେ ମାତ୍ରାରେ ବ୍ୟାପିଯାଇଥିଲାଯେ, ଆତଙ୍କିତ ହୋଇପଡିଥିଲେ ସ୍ଥାନୀୟ ବାସିନ୍ଦା । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁଲିଭା କାର୍ୟ୍ୟ ଜାରି ରଖିଛନ୍ତି ।

Leave a Reply

Your email address will not be published.