ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ତ୍ରିସ୍ତରୀୟ ପଞ୍ଚାୟତ ନର୍ବାଚନ ପାଇଁ ବିଜେଡିର ପ୍ରଚାର

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ତ୍ରିସ୍ତରୀୟ ପଞ୍ଚାୟତ ନର୍ବାଚନ ପାଇଁ ବିଜେଡିର ପ୍ରଚାର ଜାରି ରହିଛି। ଏହି କ୍ରମରେ ବିଶ୍ରା ବ୍ଲକ୍‌ ଓ ନୂଆଗାଁ ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଜିଲ୍ଲା ପରିଷଦ ସଭ୍ୟ ଓ ପଞ୍ଚାୟତ ସମିତି ସଭ୍ୟ ଓ ଅଧ୍ୟକ୍ଷ ସହିତ ଗ୍ରାମପଞ୍ଚାୟତର ବିଭିନ୍ନ ପଦ ନିର୍ବାଚନ ପାଇଁ ନିଜ ଆଞ୍ଚଳିକ ବାଜା ଓ ନାଚ ସହ ପ୍ରଚାର ପ୍ରସାର ଯୋରଦାର ଦେଖିବାକୁ ମିଳିଛି। ବିଶେଷ କରି ଜିଲ୍ଲା ପରିଷଦ ସଭ୍ୟ ଦଳୀୟ ଭିତ୍ତିରେ ଲଢାଯାଉଥିବାରୁ ଏହିସବୁ ଅଞ୍ଚଳରେ ସମ୍ପର୍ଣ୍ଣ ବିକାଶ ପାଇଁ ସମାଜସେବୀ ଦିଦିମାନେ ବିଜେଡିର ନେତା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ବିଧାୟକ ସାରଦା ପ୍ରସାଦ ନୟକ ବିଭିନ୍ନ ଅଞ୍ଚଳରେ ପ୍ରଚାର କରି ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ନିବେଦନ କରିଛନ୍ତି।

Leave a Reply

Your email address will not be published.