ଝାରବେଡା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀନୀ ସମାଜସେବୀ ନିତାଞ୍ଜଳି ବାହାଲାଙ୍କ ପଲ୍ଳା ଭାରି

ରାଜଗାଙ୍ଗପୁର,(ନାଗରାଜ ନ୍ୟୁଜ):  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସାରା ରାଜ୍ୟରେ ଜୋରଦାର ପ୍ରଚାର ଚାଲିଛି । ପ୍ରାର୍ଥୀମାନେ ଘରକୁ ଘର ବୁଲି ଜୋରଦାର ପ୍ରଚାର ଚଳାଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଳକରେ ଥିବା ଝାରବେଡା ପଞ୍ଚାୟତରେ ମଧ୍ୟ ପ୍ରାର୍ଥୀ ପ୍ରାର୍ଥୀନୀ ପ୍ରଚାର କାର୍ଯ୍ୟରେ ଲାଗିଛନ୍ତି । କୁତ୍ରା ବ୍ଳକରେ ଆସନ୍ତା ୧୮ତାରିଖରେ ମତଦାନ ହେବାକୁ ଥିବାବେଳେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ଏବଂ ଭୋଟରମାନଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି ।ଝାରବେଡାପଞ୍ଚାୟତରେ ୩ଜଣ ସରପଞ୍ଚ ପ୍ରାର୍ଥୀନୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ସମାଜସେବୀ ନିତାଞ୍ଜଳୀବାହାଲା, ଭିକ୍ଟୋରିଆ ଜୋଜୋ ଏବଂ ରଜନ୍ତୀବାହାଲା । ଦୀର୍ଘ ୬ବର୍ଷ ଧରି ସମାଜସେବାରେ ନିଜକୁ ନିୟୋଜିତ କରିଥିବା ନୀତାଞ୍ଜଳୀବାହାଲା ଝାରବେଡା ପଞ୍ଚାୟତରେ ଘରେ ଘରେ ବେସ ପରିଚିତ ଅଛନ୍ତି । ସେ ଲୋକପ୍ରତିନିଧି ହୋଇ ସରକାରଙ୍କ ସମସ୍ତ ଯୋଜନାକୁ ଘରେ ଘରେ ପହଞ୍ଚାଇବାକୁ ବଦ୍ଧପରିକରବୋଲି କହିଛନ୍ତି । ଅନ୍ୟ ପକ୍ଷରେ ତାଙ୍କର ପ୍ରବଳ ଜନସମର୍ଥନ ଥିବାବେଳେ ଅନ୍ୟ ଦୁଇ ପ୍ରତିଦ୍ବନ୍ଦି ବହୁ ପଛରେ ପଡ଼ିଯାଇଥିବାପରି ମନେହୁଏ ।

 

Leave a Reply

Your email address will not be published.