ଅବହେଳିତ ଅବସ୍ଥାରେ ଦମକଳ ଅଫିସ୍ ରାସ୍ତା, ନିର୍ବାଚନ ସମୟରେ ନେତା ମନ୍ତ୍ରୀଙ୍କ ବଡ଼ ବଡ଼ କଥା

ଖଇରା, (ନାଗରାଜ ନ୍ୟୁଜ): ଲୋକଙ୍କୁ ସ୍ବଚ୍ଛ ଶାସନ ଦେବା ନାଁରେ ଡିଣ୍ଡିମ ପିଟୁଥିବା ବିଜେଡି ସରକାରଙ୍କ ଅସଲ ଚେହେରା ଆଜି ପଦାରେ ପଡି ହାଟରେ ଗଡୁଛି । ଯାହାର ଉଦାହରଣ ହେଉଛି ବାଲେଶ୍ଵର ଜିଲ୍ଲା ଖଇରା ଦମକଳ ଅଫିସ୍ ରାସ୍ତା । ଦୀର୍ଘ ଦିନ ହେବ ଏହି ରାସ୍ତାଟି ଅବହେଳିତ ହୋଇପଡିଛି । ଏ ବାବଦରେ ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ଓ ପ୍ରସାର ମଧ୍ୟ ହେଉଛି । ତଥାପି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସ୍ଥାନୀୟ ପ୍ରଶାସନ, ସ୍ଥାନୀୟ ନେତା ଓ ରାଜନେତା ଏବଂ ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗୁନାହିଁ । ବର୍ତ୍ତମାନ ସମୟରେ ପ୍ରତି ବିପଦପୂର୍ଣ୍ଣ କ୍ଷେତ୍ରରେ ଦମକଳ ବାହିନୀଙ୍କ ଉପସ୍ଥିତ ଜରୁରୀ ହୋଇଥିବାରୁ କେଉଁଥିପାଇଁ ଏ ରାସ୍ତାଟି ଅବହେଳିତ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବର୍ତ୍ତମାନ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ଜୋରଦାର ଚାଲିଛି । ଶାସକ ବିଜେଡି ଦଳ ସମେତ ବିଭିନ୍ନ ରାଜନୈତିକ ଦଳମାନେ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ । ଗାଁକୁ ଗାଁ ଓ ଘରକୁ ଘର ବୁଲି ଵିଭିନ୍ନ ରାଜନୈତିକ ଦଳର ସମର୍ଥିତ ପ୍ରାର୍ଥୀ/ପ୍ରାର୍ଥିନୀ ମାନେ ଭୋଟରଙ୍କୁ ସ୍ବଚ୍ଛ ଶାସନ ଦେବା ନାଁ ରେ ଆକୃଷ୍ଟ କରୁଛନ୍ତି । ହେଲେ ଜରୁରୀ ସମୟରେ କାର୍ଯ୍ୟରେ ଲାଗୁଥିବା ଅର୍ଥାତ୍ ଜୀବନ ରକ୍ଷା କରୁଥିବା ଦମକଳ ଅଫିସ୍ ରାସ୍ତାଟିକୁ ଦୀର୍ଘ ଦିନ ହେଲା ସୁଧାରି ପାରୁ ନାହାନ୍ତି । ଅଥଚ ଭାଷଣ ଦେଉଛନ୍ତି ଭୋଟ ଦିଅ ସ୍ବଚ୍ଛ ଶାସନ ଦେବୁ । ଯଦି ରାସ୍ତାଟିକୁ ତୁରନ୍ତ ମରାମତି କରାନଯାଏ  । ଚଳିତ ପଞ୍ଚାୟତ ନିର୍ବାଚନ ଶାସକ ବିଜେଡି ଦଳକୁ ନିଶ୍ଚୟ ମହଙ୍ଗା ପଡିବ ବୋଲି ଅଞ୍ଚଳବାସୀଙ୍କ ଠାରୁ ଖବର ସଂଗ୍ରହରୁ ଜଣାପଡିଛି ।

 

Leave a Reply

Your email address will not be published.