ତ୍ରୀସ୍ତରୀୟ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଶେଷ

କଟକ, (ନାଗରାଜ ନ୍ୟୁଜ ): ଆସନ୍ତାକାଲି କଟକ ଜିଲ୍ଲାର ମାହାଙ୍ଗା କଟକ ସଦର ଏବଂ ନରସିଂହପୁର ୩ ଟି ବ୍ଲକରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବଚନ ର ପ୍ରଥମ ପର୍ୟ୍ୟୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଆଜି ଠାରୁ କଟକସଦର, ମାହାଙ୍ଗା ଏବଂ ନରସିଂହପୁର ବ୍ଲକରୁ ପୁଲିଂ ପାର୍ଟିକୁ ନେବା ଆଣିବା ପାଇଁ ବସ ଏବଂ ମଟର ଗାଡିର ବ୍ୟବସ୍ଥା କରାଯାଇଛି । ୧୬ ତାରିଖରେ ହେବାକୁ ଥିବା ପ୍ରଥମ ପର୍ୟ୍ୟାୟରେ ମାହାଙ୍ଗା, କଟକ ସଦର, ଏବଂ ନରସିଂହପୁର ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହେବ । ମାହାଙ୍ଗା ବ୍ଲକ ପାଇଁ ୫୨୩ଟି ୱାର୍ଡ କଟକ ସଦର ବ୍ଲକ ପାଇଁ ୩୮୩ଟି ୱାର୍ଡ ଏବଂ ନରସିଂହପୁର ପାଇଁ ୫୪୫ ଟି ୱାର୍ଡ ନିମନ୍ତେ ପ୍ରିଯାଇଡିଂ, ଓ ପୋଲିଂ ଅଫିସରମାନଙ୍କୁ ନିୟୋଜିତ କରାଯାଇଛି । ଏହି ତିନୋଟି ବ୍ଲକରେ ମୋଟ ୩ ଲକ୍ଷ ୯୭ ହଜାର ୯୯୮ ଜଣ ଭୋଟର ୧୪୫୧ ମତଦାନ କେନ୍ଦ୍ରରେ ୧୨ଟି ଜିଲ୍ଲା ପରିଷଦ ସହିତ ୯୭ ସରପଞ୍ଚ ଓ ସମିତି ସଭ୍ୟ ଏବଂ ୧୪୫୧ ୱାର୍ଡ ସଭ୍ୟ ପାଇଁ ଭୋଟ ଗ୍ରହଣ ହେବ । କଟ କସଦର ବ୍ଲକ ନିମନ୍ତେ ୪ ଜୋନରେ ୧ ଲକ୍ଷ ୨୦ ହଜାର ୩୩୬ ଭୋଟର ମତଦାନ କରିବେ । ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁଯାୟୀ କଟକ ସଦର ଅଞ୍ଚଳରେ ୫ଟି ଅସ୍ଥାୟୀ ବୁଥ୍, ଆୟତପୁରରେ ଦୁଇଟି, ଧରିଣାରେ ଏକଟି, ବୋଧପୁରରେ ଦୁଇଟି ଅସ୍ଥାୟୀ ମତ ଦାନ କେନ୍ଦ୍ର ଖୋଲାଯାଇଛି । ଏଥିନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି କଟକସଦର ବ୍ଲକ୍ ମଣ୍ଡଳ ଉନ୍ନୟନ ଅଧିକାରୀ ରାଜିବ ଲୋଚନ ପରିଡା ସୂଚନା ଦେଇଛନ୍ତି ।

Leave a Reply

Your email address will not be published.