ବିଜେଡିର ବିପୁଳ ବିଜୟ, ୮୦୦ ଶହରୁ ଅଧିକ ଭୋଟରେ ସରପଞ୍ଚ ଓ ସମିତି ସଭ୍ୟ ବିଜୟୀ

ଖଇରା, (ନାଗରାଜ ନ୍ୟୁଜ ): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଅନ୍ତରା ପଞ୍ଚାୟତର ବିଜୁ ଜନତା ଦଳ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟା ପ୍ରାର୍ଥୀଙ୍କର ବିପୁଳ ବିଜୟ ହୋଇଛି । ନିର୍ବାଚନରେ ସରପଞ୍ଚ ଭାବେ ରଶ୍ମିତା ଜେନା ଓ ସମିତି ସଭ୍ୟା ଭାବେ ସବିତାରାଣୀ ପଣ୍ଡା ୮୦୦ରୁ ଉର୍ଦ୍ଧ୍ବ ଭୋଟରେ ବିପୁଳ ବିଜୟ ହାସଲ କରିଛନ୍ତି । ଏଥିସହିତ ୧୮ଟି ୱାର୍ଡରୁ ୧୬ଟି ୱାର୍ଡରେ ୱାର୍ଡ ସଭ୍ୟମାନେ ବିଜୟ ଲାଭ କରିଛନ୍ତି । ଏହି ଐତିହାସିକ ବିଜୟ ହେଉଛି ଅନ୍ତରା ପଞ୍ଚାୟତର ସାଧାରଣ ଜନତାଙ୍କ ବିଜୟ । ଅନ୍ତରା ପଞ୍ଚାୟତରେ ବିଜେପି ଓ କଂଗ୍ରେସ ମଧ୍ୟରେ ନିର୍ବାଚନୀ ମେଣ୍ଟ ହୋଇଥିବା ବେଳେ ଶେଷ ସମୟରେ ତାହା ଭାଙ୍ଗି ଯାଇଥିଲା । ଯେଉଁଥିପାଇଁ ପଞ୍ଚାୟତରେ ୪ ଜଣ ବରିଷ୍ଠ ନେତା ତ୍ରିଲୋଚନ ଉପାଧ୍ୟାୟ, ନରେଶ କର, ହରେକୃଷ୍ଣ ବିଶ୍ୱାଳ, ମାୟାଧର ସେଠୀଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ କର୍ମୀ କଂଗ୍ରେସ ଦଳ ପରିତ୍ୟାଗ କରି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଏହି ବରିଷ୍ଠ ନେତା ଏବଂ ବିଜେଡିର ମିଳିତ ଗୋଟି ଚାଳନାରେ ବିଜେପି ଧରାଶାୟୀ ହୋଇଗଲା । ଯାହାର ଫଳ ସ୍ୱରୂପ ଉଭୟ ପ୍ରାର୍ଥୀ ଏକ ଐତିହାସିକ ବିପୁଳ ବିଜୟ ହାସଲ କରିଛନ୍ତି । ଏହି ବିଜୟ ହେଉଛି ଅନ୍ତରା ପଞ୍ଚାୟତର ଜନସାଧାରଣଙ୍କ ବିଜୟ ହୋଇଛି ବୋଲି ସରପଞ୍ଚ ରଶ୍ମିତା ଜେନା ଏବଂ ସମିତି ସଭ୍ୟା ସବିତାରାଣୀ ପଣ୍ଡା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.