କୁତ୍ରା (ଖ) ଏବଂ ରାଜଗାଙ୍ଗପୁର (ଖ)ରେ ବିଜେଡିର ମାଜିମାତ

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସାରା ଓଡ଼ିଶାରେ ଶଙ୍ଖ ଧ୍ୱନି ବାଜିବାରେ ଲାଗିଛି । ସମସ୍ତ ଜିଲ୍ଲାରେ ବିଜେଡି ଗୋଟିଏ ପରେ ଗୋଟିଏ ଜିଲ୍ଲା ପରିଷଦ ଆସନ ନିଜ କବ୍ଜାରେ ନେବାରେ ସଫଳ ହେଉଛି । ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଏବଂ କୁତ୍ରା ବ୍ଳକର ଦୁଇ ଜୋନ ସବୁକୁ ବିଜେଡି ହାତେଇ ନେଇଛି । ଗତକାଲି କୁତ୍ରା କ କୁ ବିଜେଡି ପ୍ରାର୍ଥୀନୀ ପିଙ୍କି ସୂନ୍ୟାନୀ ବାଜିମାତ କରିଥିବାବେଳେ ଆଜି ପୁଣି କୁତ୍ରା ଖ କୁ ବିଜେଡିର ଗଙ୍ଗାରାମ ମିଞ୍ଜ ବାଜିମାତ କରିଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଶୁକାନ୍ତି ଟପ୍ପୋଙ୍କୁ ୪୦୩୩ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ଗଙ୍ଗା ମୋଟ ୯୧୬୯ ଖଣ୍ଡ ଭୋଟ ପାଇଥିବାବେଳେ ଶୁକାନ୍ତିଟପ୍ପୋ ୫୧୩୬ ଖଣ୍ଡ ଭୋଟ ପାଇ ଦ୍ବିତୀୟ ଏବଂ ଭାରତୀୟ ଜନତା ପାର୍ଟିର ଜୁନାସ୍ ଲୁଗୁନ‌ ୫୧୦୨ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ରାଜଗାଙ୍ଗପୁର କ ରୁ ଗତକାଲି ଶୁଶିଲା ଟପ୍ପୋ ବିଜେଡିରୁ ବିଜୟୀ ହୋଇଥିବା ବେଳେ ଆଜି ପୁଣି ଖ ରୁ ବିଜେଡି ପ୍ରାର୍ଥୀନୀ ଜ୍ୟୋତିକୁଜୁର ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀଙ୍କୁ ୫୦୩ଖଣ୍ଡ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ଶ୍ରୀମତୀ କୁଜୁର ମୋଟ ୮୨୬୫ ଖଣ୍ଡ ଭୋଟ ପାଇଥିବାବେଳେ, କଂଗ୍ରେସ ୭୬୩୫ଭୋଟ ପାଇଁ ଦ୍ବିତୀୟ ଏବଂ ଭାରତୀୟ ଜନତା ପାର୍ଟି ୬୩୮୬ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି ।

Leave a Reply

Your email address will not be published.