ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ସୁନ୍ଦରଗଡ଼

ବାଲେଶ୍ବର,(ନାଗରାଜ ନ୍ୟୁଜ): ଗଦ୍ୟ ସାହିତ୍ୟର ଉନ୍ନତି ନିମନ୍ତେ ଗଠିତ ହୋଇଥିବା ମୋ ଅନୁଷ୍ଠାନ କେବଳ ଓଡିଶା ନୁହେଁ ଭାରତ ବାହାରେ ବସବାସ କରୁଥିବା ଓଡ଼ିଆ ମାନଙ୍କ ନିକଟରେ ପହଞ୍ଚି ପାରିଛି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ । ଗଦ୍ୟ ସାହିତ୍ୟର ବିକାଶ ପାଇଁ ଯତ୍ନବାନ ହୋଇ ଉଠିଥିବା ” ମୋ ଅନୁଷ୍ଠାନ ” ସୋସିଆଲ ମିଡିଆ ମାଧ୍ୟମରେ ଦେଶ(ଭାରତ) ବାହାରେ ମଧ୍ୟ ମୋ ଅନୁଷ୍ଠାନ ସୁପରିଚିତ । ଗଦ୍ଯ ସାହିତ୍ୟର ବିକାଶ ପାଇଁ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ବର ଦ୍ବାରା ରାଜ୍ୟ ସ୍ତରୀୟ ସାପ୍ତାହିକ, ପାକ୍ଷିକ ଓ ମାସିକ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି । ଯେଉଁଥିରେ କି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ସାହିତ୍ଯିକା/ସାହିତ୍ଯିକ ମାନେ ଭାଗନେଇ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥାନ୍ତି ଏବଂ ବେଳେ ବେଳେ ପୁରସ୍କୃତ ମଧ୍ୟ ହୋଇଥାନ୍ତି । ସେହି ପରିପ୍ରେକ୍ଷୀରେ ପ୍ରସଙ୍ଗ( ପ୍ରବନ୍ଧ) ଥିଲା- ” ଛୋଟ ପରିବାର ସୁଖୀ ପରିବାର ” । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯଥା- ସୁସ୍ମିତା ମହାପାତ୍ର, ସୁନ୍ଦରଗଡ଼, ରଞ୍ଜୁଲତା ପାଢ଼ୀ, ସୁନ୍ଦରଗଡ଼, ଭାରତୀ ସାହୁ, ଯାଜପୁର ଓ ସଞ୍ଜୁକ୍ତା ସାହୁ, ଜଗତସିଂହପୁରରୁ ଅଂଶ ଗ୍ରହଣ କରିଥିଲେ । ଯାହାର ଫଳାଫଳ ପାଇଛି ପ୍ରକାଶ, ଅନୁଷ୍ଠାନର ମୁଖ୍ୟ ସମୀକ୍ଷକ ନାରାୟଣ ଚନ୍ଦ୍ର ସେନାପତିଙ୍କ ସମୀକ୍ଷାରୁ ସୁସ୍ମିତା ମହାପାତ୍ର ପ୍ରଥମ, ରଞ୍ଜୁଲତା ପାଢୀ ଦ୍ବିତୀୟ ଓ ଭାରତୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ଗଦ୍ୟ ସାହିତ୍ୟର ଉନ୍ନତି ପାଇଁ କେତେ ଜଣଙ୍କୁ ଅନୁଷ୍ଠାନ ବର୍ତ୍ତମାନ ମାସକୁ ୩୦୦ଟଙ୍କା ସାହିତ୍ୟ ପ୍ରୋତ୍ସାହନ ରାଶି ଓ ପ୍ରମାଣ ପତ୍ର ପ୍ରଦାନ କରୁଛି । ଆଗାମୀ ଦିନରେ ୩୦୦ଟଙ୍କା ପରିବର୍ତ୍ତେ ୫୦୦ଟଙ୍କା ପ୍ରଦାନ ନେଇ ଲକ୍ଷ୍ୟ ରଖିଛି ଅନୁଷ୍ଠାନ । ଗଦ୍ୟ ସାହିତ୍ୟ କେମିତି ଅଧିକରୁ ଅଧିକ ଉନ୍ନତି କରିବ ସେଥିପାଇଁ ସାହିତ୍ୟ ସାଧକ/ସାଧିକା ମାନଙ୍କ ମନେରେ ଉତ୍ସାହ ସୃଷ୍ଟି କରିବା ପାଇଁ ଏ ପ୍ରୋତ୍ସାହନ ରାଶି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଉଛି ବୋଲି ସମ୍ପାଦକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଏଥିସହିତ ପ୍ରତି ମାସର ୧ ତାରିଖରେ ଅନୁଷ୍ଠାନ ଦ୍ବାରା ଫଟୋ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେଉଛି ଏବଂ ସେଥିରେ ମଧ୍ୟ ବେଳେ ବେଳେ ପୁରସ୍କାର ରାଶି ମଧ୍ୟ ଦିଆଯାଉଛି । ତେଣୁ ସମସ୍ତଙ୍କୁ ନିବେଦନ ଆସନ୍ତୁ ସମସ୍ତେ ମିଳିମିଶି ଗଦ୍ୟ ସାହିତ୍ୟର ଉନ୍ନତି ନିମନ୍ତେ ନିଜକୁ ସାମିଲ କରି ମୋ ଅନୁଷ୍ଠାନ ଉନ୍ନତି ଚିନ୍ତା କରିବା ।

 

Leave a Reply

Your email address will not be published.