ଆଜିଠାରୁ ସ୍କୁଲ ଯିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ଦାର୍ଘ ୨ ବର୍ଷ ପରେ ଶ୍ରେଣୀ ଗୃହରେ ପାଠ ପଢ଼ିବେ ପ୍ରଥମରୁ ୫ଶ୍ରେଣୀ ଛାତ୍ରଛାତ୍ରୀ । ପୂର୍ବରୁ ଷଷ୍ଠ ଓ ସପ୍ତମ ଖୋଲା ହୋଇଥିଲା । ପରନ୍ତୁ ଦୃତ ଗତିରେ ବୃଦ୍ଧି ପାଉଥିବା କରୋନା ମହାମାରୀର ସଂକ୍ରମଣ ହେତୁ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବା ପାଇଁ ବାରଣ କରାଯାଇଥିଲା । ଏବେ କରୋନା ମହାମାରୀର ହ୍ରାସ ଦେଖି ରାଜ୍ୟସରକାର ସ୍କୁଲ ଖୋଲିବାର ନିଷ୍କତ୍ତି ନେଇଥିଲେ । ଆଜି ଛାତ୍ରଛାତ୍ରୀ ଦୀର୍ଘ ଦୁଇ ବର୍ଷ ପରେ ସ୍କୁଲକୁ ଆସିବେ । ଦୁଇ ବର୍ଷ ପରେ ଦେଖିବେ କ୍ଲାସ ରୁମ । ହେଲେ ପ୍ରଥମ ସପ୍ତାହ ପାଠପଢା ହେବନି । ଦୁଇ ବର୍ଷ ଧରି ଘରେ କେମିତି କଟିଲା ସେ ନେଇ ଷ୍ଟୋରୀ ଲେଖିବା ସହ ବିଭିନ୍ନ ଆକ୍ଟିଭିଟି କରାଯିବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.