ଦୁର୍ନୀତି ଓ କେଳେଙ୍କାରୀକୁ ଘଣ୍ଟ ଘୋଡାଉଛି ବିଜେଡି ସରକାର

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପାଇଁ ଦାୟୀ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ବହିସ୍କାର ଓ ଗିରଫ କରିବାକୁ ବିଜେପି ଦାବି କରିଛି । ଏଥିସହ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ କେଳେଙ୍କାରୀରେ ବିଜେଡିର ଅନେକ ବିଧାୟକ, ମନ୍ତ୍ରୀ ସମେତ ବଡ଼ ବଡ଼ ପ୍ରଶାସନିକ ଅଧିକାରୀ ସମ୍ପୃକ୍ତି ରହିଥିବା ବିଜେପି ଦାବି କରିଛି l ଏହାକୁ ନେଇ ମଙ୍ଗଳବାର ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଧାରଣା ଦିଆଯାଇଛି l ଶାସକ ଦଳର ମନ୍ତ୍ରୀ ଓ ବିଧାୟକମାନେ ଦୁର୍ନୀତି କରୁଥିବା ବେଳେ ଏ ସରକାର ଘଣ୍ଟ ଘୋଡାଉଥିବା ଦଳର କର୍ମକର୍ତ୍ତାମାନେ ଉଦବୋଧନ ଜରିଆରେ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ନାରା ଦେଇ ଗର୍ଜିଛନ୍ତି l ଏହି ଧାରଣା ସଭାରେ ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର, ଢେଙ୍କାନାଳ ନଗରପାଳ ଜୟନ୍ତୀ ପାତ୍ର, ବରିଷ୍ଠ ବିଜେପି ନେତା ରାମଚନ୍ଦ୍ର ପାତ୍ରଙ୍କ ସମେତ ବହୁ ସଂଖ୍ୟାରେ ବିଜେପି କର୍ମୀ ସାମିଲ ହୋଇଛନ୍ତି l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଟାଉନ ପୁଲିସ ମୁତୟନ ରହିଛନ୍ତି l

ଢେଙ୍କାନାଳ ରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.