ମମିତା ମେହେରଙ୍କୁ ନ୍ୟାୟ ଦାବିରେ ବିଜେପି ପକ୍ଷରୁ ବିଶାଳ ଶୋଭାଯାତ୍ରା

ପୁରୀ, (ନାଗରାଜ ନ୍ୟୁଜ): କଳାହାଣ୍ଡିର ମମିତା ମେହେରଙ୍କୁ ନ୍ୟାୟ ଦେବା ଲାଗି ଆଜି ବିଜେପି ପକ୍ଷରୁ ପୁରୀ ସିଂହଦ୍ୱାର ଠାରୁ ଏକ ମହିଳା ସଂଘର ବିଶାଳ ଶୋଭାଯାତ୍ରା ବାହାରିଥିଲା ଶ୍ରୀ ମନ୍ଦିର ନିକଟରୁ ଗୁଣ୍ଡିଚା ଘର ଯାଏଁ । ପଦ ଯାତ୍ରାରେ ବିଜେପିରୁ ଲେଖାଶ୍ରୀ ସାମନ୍ତସିଂହାର, ସ୍ମୃତି ପଟ୍ଟନାୟକ, ଜ୍ୟୋତି ମହାରଣା, ଉପାସନା ମହାପାତ୍ର, ସୁବସିମି ପୃଷ୍ଟି, ଅମିତା ପଟ୍ଟନାୟକ, ସୁନିତା ମହାପାତ୍ର, ମମିତା ପତି, ମମତା ପ୍ରଧାନ, ରଞ୍ଜିତା ପାଢି, ବ୍ରହ୍ମଗିରି ବିଧାୟକ, ପୁରୀ ବିଧାୟକ, ଉମାକାନ୍ତ ଓ ଜୟନ୍ତ ଦାଶ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଭୂ ଜଗନ୍ନାଥଙ୍କ ପାଖରେ ବିଜେପି କର୍ମୀମାନେ ଦୀପ ଜାଳି ଶୋଭାଯାତ୍ରା ଆରମ୍ଭ କରିଥିଲେ ।

Leave a Reply

Your email address will not be published.