ଗ୍ରାମବାସୀଙ୍କ ଦୁଃଖ ଶୁଣିଲେ ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସ

ଖଇରା(ନାଗରାଜ ନ୍ୟୁଜ): ରାଜ୍ୟ ସରକାର ଗ୍ରାମାଞ୍ଚଳରେ ରାସ୍ତା ଘାଟର ଉନ୍ନତି ପାଇଁ କୋଟ କୋଟି ଟଙ୍କା ବ୍ୟୟରେ ଅନେକ ଯୋଜନା ପ୍ରଣୟନ କରିଛନ୍ତି।ହେଲେ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି ଏବଂ ସରକାରୀ ଅଧିକାରୀଙ୍କ ଅବହେଳା ଯୋଗୁଁ ଏହି ଯୋଜନା ସବୁ କାଗଜପତ୍ରରେ ସୀମିତ ରହିଯାଉଛି।ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ପାର୍ବତୀପୁର ଗ୍ରାମରେ।ସୋର-କୁପାରୀ ରାସ୍ତାର ଗଣ୍ଡିବେଡ଼ ବଜାର ଛକ ନିକଟରୁ ପାର୍ବତୀପୁର ଗାଁକୁ ଯାଇଥିବା ରାସ୍ତାଟି ଅତ୍ୟନ୍ତ ଖରାପ ଥିବାରୁ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ସମେତ ଅଞ୍ଚଳବାସୀ ଯାତାୟତ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏ ନେଇ ଅଞ୍ଚଳବାସୀ ରାଜ୍ୟ ବିଜେପି ମୁଖାପତ୍ର ଠାକୁର ରଞ୍ଜିତ ଦାସଙ୍କୁ ଅବଗତ କରାଇବା ସହିତ ଏହାର ମରାମତି ପାଇଁ ଅନୋରୋଧ କରିଥିଲେ।ଲୋକଙ୍କ ସମସ୍ୟାକୁ ଆଖିଆଗରେ ରଖି ବିଜେପି ମୁଖପାତ୍ର ଶ୍ରୀ ଦାସଙ୍କ ନେତୃତ୍ୱରେ ଅଞ୍ଚଳର ଯୁବ ନେତା ଇଂ. ରାଜେଶ ମହାକୁଡଙ୍କ ସହଯୋଗରେ ପାର୍ବତୀପୁର ଗ୍ରାମର ରାସ୍ତାକୁ ମେଣ୍ଟାଲ ଏବଂ କ୍ରସର ଡଷ୍ଟ ପକାଇ ମରାମତି କରିଛନ୍ତି।ଗଣ୍ଡିବେଡ଼ ବଜାରରୁ ପାର୍ବତୀପୁର ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଦୀର୍ଘଦିନ ହେବ ଅନେକ ଗର୍ତ୍ତ ହୋଇ ପାଣି ଜମିରହୁଥିଲା।ଏନେଇ ଗ୍ରାମବାସିମେନେ ସ୍ଥାନୀୟ ପ୍ରଶାସନ ଏବଂ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଏହାର ସମାଧାନ ହୋଇନଥିଲା।ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ସମେତ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ବିଶେଷ କରି ଏହି ରାସ୍ତା ଦେଇ ଦୁଇଟି ସ୍କୁଲ୍ ପିଲା ଯିବା ସହିତ ୪ଟି ଗ୍ରାମର ଜନସାଧାରଣ ଯିବା ଆସିବା କରିଥାନ୍ତି।ଗ୍ରାମବାସୀ ଏନେଇ ରାଜ୍ୟ ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସଙ୍କୁ ଅଭିଯୋଗ କରିଥିଲେ।ଅଭିଯୋଗ ପରେ ଶ୍ରୀ ଦାସ ଏହାର ଅନୁଧ୍ୟାନ କରି ମେଣ୍ଟାଲ ଏବଂ କ୍ରସର ଡଷ୍ଟ ପକାଇ ଅସ୍ଥାୟୀ ସମାଧାନ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ବିଜେପି ମୁଖପାତ୍ର ଶ୍ରୀ ଦାସ ଏବଂ ଅଞ୍ଚଳର ଯୁବନେତା ଇଂ. ରାଜେଶ ମୋହାକୁଡଙ୍କ ସମେତ ଗ୍ରାମର ଗଜେନ୍ଦ୍ର ପତି, ମନୋଜ ପତି ବିନୋଦ ପତି, ଚିତ ଦାସ,ବୁନା ପତି ପ୍ରମୁଖ ସହଯୋଗ କରିଥିଲେ। ବିଜେପି ମୁଖପାତ୍ର ଶ୍ରୀ ଦାସ ଏବଂ ଯୁବନେତା ଇଂ. ମୋହାକୁଡ଼ଙ୍କ ଏଭଳି ଜନସେବାକୁ ଅଞ୍ଚଳବାସୀ ବେସ ପ୍ରଶଂସା କରିଛନ୍ତି।

ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.