ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସ

ଖଇରା,(ନାଗରାଜ ନ୍ୟୁଜ): ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବାପରେ ପ୍ରଥମଥର ଦୁଇଦିନିଆ ଓଡିଶା ଗ୍ରସ୍ତରେ ଆସିଥିବାବେଳେ ଭୁବନେଶ୍ୱର ରାଜଭବନ ପରିସରରେ ରାଜ୍ୟ ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।ଓଡିଶା ମାଟିର ଝିଅ ଭାରତର ରାଷ୍ଟ୍ରପତି ହୋଇ ଓଡିଶା ତଥା ଦେଶର ଗୌରବ ଆଣିଥିବାରୁ ତାଙ୍କୁ ସାକ୍ଷାତ କରି ଶ୍ରୀ ଦାସ ବେଶ ଖୁସି ଅନୁଭବ କରିଥିବା କହିଛନ୍ତି।ଅନ୍ୟପଟେ ଶ୍ରୀ ଦାସଙ୍କ ଘର ବାଲେଶ୍ୱର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଖଇରା ବ୍ଲକ ପାର୍ବତୀପୁର ଗାଁରେ ହୋଇଥିବାବେଳେ ସେ ଅଞ୍ଚଳରେ ଜନସେବା ଉଦେଶ୍ୟରେ ଛାତ୍ର ରାଜନୀତିରୁ ଭୁବନେଶ୍ୱରରେ ରହି ରାଜନୀତିର ସିଡ଼ି ଆଗକୁ ଆଗକୁ ଚଢ଼ି ନିଜର ପତିଆରା ବଢ଼ାଇବାରେ ଲାଗିଛନ୍ତି।ସେ ପୂର୍ବରୁ ବାଲେଶ୍ୱର ଜିଲ୍ଲା ତଥା ସିମୁଳିଆ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ନେଇ କେନ୍ଦ୍ର ନେତୃମଣ୍ଡଳୀଙ୍କ ନିକଟରେ ଉପସ୍ଥାପନା କରିଛନ୍ତି।ସେହିଭଳି ନିକଟରେ ଧାମନଗରରେ ହୋଇଥିବା ଉପନିର୍ବାଚନରେ ଦଳର ଗୁରୁତ୍ୱପୂର୍ଣ୍ଣ ଦାଇତ୍ୱ ବହନ କରି ବିଜେପି ପ୍ରାଥୀଙ୍କୁ ଜିତାଇବାରେ ସହାୟକ ହୋଇଥିଲେ।ଏବେ ଶ୍ରୀ ଦାସ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ଘଟଣା ଅଞ୍ଚଳ ବାସୀଙ୍କ ମଧ୍ୟରେ ଆନନ୍ଦ ଖେଳିଯିବା ସହିତ ଶ୍ରୀ ଦାସଙ୍କ ଏହି ସାକ୍ଷାତ ଅଗାମିଦିନରେ ଅଞ୍ଚଳର ବିକାଶ ନିମନ୍ତେ ବେଶ ସହାୟକ ହେବବୋଲି ଅଞ୍ଚଳର ବୁଦ୍ଧିଯିବିମାନେ ପ୍ରକାଶ କରିଛନ୍ତି।ଆଗାମୀ ଦିନରେ ରାଷ୍ଟ୍ରପତିଙ୍କୁ ଭେଟି ଖଇରା,ସିମୁଳିଆ ଅଞ୍ଚଳର ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଇବା ସହିତ ସମସ୍ୟାର ସମାଧନ କରିବେବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି।

ବାଲେଶ୍ଵର ଜିଲ୍ଲା ଖଇରା ରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.