ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ବାଙ୍କୀ ଗସ୍ତ

ବାଙ୍କୀ, (ନାଗରାଜ ନ୍ୟୁଜ): ଆଜି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଦଳୀୟ ପାର୍ଥିଙ୍କ ଭୋଟ ପ୍ରଚାର ପାଇଁ ବାଙ୍କୀ  ଗସ୍ତ କରିଛନ୍ତି । ଶତାଧିକ ବିଜେପି ନେତା ଓ କର୍ମୀଙ୍କ ସହ ଏକ ମଟର ସାଇକେଲ ରାଲିରେ ବାଙ୍କୀର ୩୭ନମ୍ବର ଜୋନ ପାଇଁ ପ୍ରଥମେ ପ୍ରଚାର ଆରମ୍ଭ କରିଛନ୍ତି । ଜାତମୁଣ୍ଡିଆ ଠାରୁ ପ୍ରଥମେ ତାଙ୍କ ପ୍ରଚ।ର ଆରମ୍ଭ କରି ୩୭ ନମ୍ବର ଜୋନରେ ଥିବା ସମସ୍ତ ଗ୍ରାମ ବୁଲି ବିଜେପି ପାର୍ଥିଙ୍କୁ ଜିତାଇବା ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ତାଙ୍କ ସହ ୩୭ ନମ୍ବର ଜୋନର ପାର୍ଥି ଓ ବାଙ୍କି ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ ତଥା ଅନେଜ କର୍ମକର୍ତ୍ତା ପ୍ରଚାରରେ ସାମିଲ ଥିଲେ । ତେବେ ବିଜେପି ପ୍ରତି ଜନ ସମର୍ଥନ ରହିଛି । ଏଥର ବିଜେପି ଜିତିବ ବୋଲି କହିଛନ୍ତି ସଭାପତି ।

Leave a Reply

Your email address will not be published.