ଵାରଵାଟୀରେ ଦୃଷ୍ଟିହୀନ ଵିଶ୍ବକପ ଟି ଟ୍ବେଣ୍ଟି କ୍ରିକେଟ ମ୍ୟାଚ

କଟକ,(ନାଗରାଜ ନ୍ୟୁଜ): ଵାରଵାଟୀରେ ଦୃଷ୍ଟିହୀନ ଵିଶ୍ବକପ ଟି ଟ୍ବେଣ୍ଟି କ୍ରିକେଟ ମ୍ୟାଚ। ବଙ୍ଗଳାଦେଶ କୁ 7 ୱେକେଟରେ ହରାଇଲା ଭାରତ। ଟି ଦୁର୍ଗା ରାଓ ଙ୍କ ଧୂଆଁଧାର 73ରନ ବଳରେ ଏହି ଚିତାକର୍ଷକ ମ୍ୟାଚ କୁ ଜିତି ନେଇଛି ଭାରତ। ବାରବାଟୀ ରେ ଖେଳାଜଉଥିବା ଭାରତ ଓ ଵାଂଲାଦେଶ ମଧ୍ୟରେ ଖେଳାଯାଉଥିଵା ଦୃଷ୍ଟିହୀନ ବିଶ୍ୱକପ ର ତୃତୀୟ ଟି ଟ୍ବେଣ୍ଟି ମ୍ୟାଚ ରେ ଟସ୍ ଜିତି ଭାରତ ପ୍ରଥମେ ଵୋଲିଂ ନିଷ୍ପତ୍ତି ନେଇଥିଲା। ଭ୍ରମଣକାରୀ ବଙ୍ଗଳାଦେଶ ନିର୍ଦ୍ଧାରିତ 20 ଓଭର ରେ 4 ୱେକେଟ ହରାଇ ସଂଗ୍ରହ କରିଥିଲା 166 ରନ ଦଳ । ଦଳ ପକ୍ଷରୁ ଅଧିନାୟକ ଆସିକୁର ରେହେମାନ ସର୍ବାଧିକ 75 ରନ କରିଥିଲା ବେଳେ ମହମ୍ମଦ ଆରିଫ 33 ଓ ତାଂଯିଲ 20 ରନ କରିଥିଲେ । ଭାରତ ପକ୍ଷରୁ ନକୁଳ ବଡନାୟକ 2 ଓଭର ରେ 7 ରନ ଦେଇ ଗୋଟିଏ ୱେକେଟ ନେବାରେ ସକ୍ଷମ ହୋଇଥିଲେ। ଜବାବ ରେ ଭାରତ ପାଳି ଆରମ୍ଭ ରୁ ହିଁ କଡା ଜବାବ ଦେଇଥିଲା। ପ୍ରାରମ୍ଭିକ ଯୋଡିରେ ଓଡ଼ିଆ ଷ୍ଟାର ନକୁଳ ବଡ଼ ନାୟକ ବ୍ୟକ୍ତିଗତ ଭାବରେ 36 ରନ କରି ଆଉଟ ହେବା ପରେ ଟି ଦୁର୍ଗା ରାଓ ଙ୍କ ରନ ବର୍ଷା ରେ ପଡି ନଥିଲା ପୂର୍ଣ୍ଣଛେଦ। ବ୍ୟକ୍ତିଗତ 43 ବଲ ରେ 73 ରନ କରି ଭାରତ କୁ ବିଜୟ ଭେଟି ଦେଇଥିଲେ ଦୁର୍ଗା।

Leave a Reply

Your email address will not be published.