ଦୃଷ୍ଟିହୀନଙ୍କ ଭଜନ ସମାରୋହ ଅନୁଷ୍ଠିତ

ଭୂବନେଶ୍ୱର,( ନାଗରାଜ ନ୍ୟୁଜ ): ବାରଙ୍ଗ ତ୍ରିସୁଳିଆ ଛକ ରାମଲୀଳା ମଣ୍ଡପରେ ଆଜି ଭଜନ ସମାରୋହ ହୋଇଯାଇଛି । ଏଥିରେ ନବରଙ୍ଗପୁର ଗରୁଡ଼ଗୁଡ଼ ଅଞ୍ଚଳର ଜୀବନ ଦୃଷ୍ଟିହୀନ ସେବା ପ୍ରତିଷ୍ଠାନର ଦୃଷ୍ଟିହୀନଙ୍କ ଦ୍ୱାରା ସମାରୋହ ଅନୁଷ୍ଠିତ ହୋଇଛି । ଦୃଷ୍ଟିହୀନ ସେବା ପ୍ରତିଷ୍ଠାନ ଦୁଇ ବର୍ଷ ହେବ କରୋନା ମହାମାରୀରେ ଅସୁବିଧା ସମ୍ମୁଖୀନ ହୋଇ ଏବେ ନିଜ ପେଟ ପାଟଣା ପାଇଁ ଭଜନ ସମାରୋହ କରି ଜୀବିକା ନିର୍ବାହ କରିବା ସହ ଲୋକଙ୍କୁ ମନୋରଞ୍ଜନ ମଧ୍ୟ କରିଛନ୍ତି । ଛକ ବଜାରକୁ ଆସୁଥିବା ଲୋକେ ମଧ୍ୟ ଏହାର ଭରପୂର ମଜା ଉଠାଇଥିଲେ । କିଛି କିଛି ଅର୍ଥ ଦାନ ମଧ୍ୟ କରିଥିଲେ । ତ୍ରିସୁଳିଆ ବଜାର କମିଟିର ସଭାପତି ତଥା ପୂର୍ବତନ ଜିଲ୍ଲା ପରିଷଦ ଅଜୟ ମୁଦୁଲି ଓ ଅଟୋ ଆସୋସିଅସନର କର୍ମକର୍ତ୍ତା ଗୁଲୁରୀ ରାଉତ, ଜିତେନ୍ଦ୍ର ସାହୁ, ତପନ ଜେନା, ଲିଟୁ ବାରିକ, ଦୀନେଶ ପାଣ୍ଡେ ଓ ଲୁଟୁ ବାରିକ ଦୃଷ୍ଟିହୀନମାନଙ୍କୁ ସମ୍ବର୍ଦ୍ଧନା ଦେବା ସହ ପ୍ରତ୍ୟେକ ଦୋକାନ ଦୋକାନ ବୁଲି ପଇସା ଆଦାୟ କରି ଦୃଷ୍ଟିହୀନଙ୍କୁ ଅର୍ଥ ସାହାଯ୍ୟ ଓ ରାତ୍ରି ଭୋଜନ ପାଇଁ ବ୍ୟବସ୍ଥା ମଧ୍ୟ କରିଥିଲେ । ଦୃଷ୍ଟିହୀନଙ୍କ ମଧ୍ୟରୁ ତବଲା ବଜାଉଥିଲେ ପୀକିମ ବିଶି, କ୍ୟାସିଓ ପରିଚାଳନା କରୁଥିଲେ ଗୋବିନ୍ଦ ଜେନା, ପ୍ୟାଡ଼ ବଜାଉଥିଲେ ପ୍ରିତମ ପାତ୍ର , ଗୀତ ଗାଉଥିଲେ ରୋଜାଲୀନ ସାହୁ, ପ୍ରିୟଙ୍କା ସାହୁ ଓ ରାଜ ରାଓ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published.