ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଗସ୍ତରେ ଯାଉଛନ୍ତି । ବରଗଡ଼ରେ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ କରିବା ସହ ସ୍ମାର୍ଟ କାର୍ଡ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲା ବିଜେପୁର ଏମ ଗଣ୍ଡପାଳି ଗସ୍ତରେ ଯାଇ ୨୯୫ କୋଟି ୯ ଲକ୍ଷ ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ବରଗଡ଼ ଜିଲ୍ଲାରେ ମୋଟ ୧୨ଟି ବ୍ଲକରେ ୩ ଲକ୍ଷ ୬୩ ହଜାର ହିତାଧିକାରୀଙ୍କୁ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବରଗଡ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୮ ପ୍ଲାଟୁନ ପୋଲିସ ଫୋର୍ସ, ୮ ଜଣ ଡିଏସପି, ୧୫ ଜଣ ଇନସପେକ୍ଟର, ୨୫ ଜଣ ସବ ଅନସପେକ୍ଟର, ୪୦ ଜଣ ଏଏସଆଇଙ୍କ ସମେତ ସିଆରପିଏଫ, ଡିବିଏମ ଓ ଆଇଆଇବି ଟିମ ସାମିଲ ଅଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବିଜେପି କୃଷକମୋର୍ଚ୍ଚା ଜିଲ୍ଲା ସଭାପତିଙ୍କ ସହ କିଛି ନେତାଙ୍କୁ ପୋଲିସ ଅଟକ ରଖିଛି ।

Leave a Reply

Your email address will not be published.