ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ପୁରୀ ଭ୍ରମଣ

ପୁରୀ,(ନାଗରାଜ ନ୍ୟୁଜ): ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଭାବେ ନିଯୁକ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀମାନେ ପୁରୀ ଭ୍ରମଣ କରିଛନ୍ତି । ସେମାନଙ୍କୁ ଗୋପବନ୍ଧୁ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନରେ ଏକ ମାସ ନିମନ୍ତେ ତାଲିମ ପ୍ରଦାନ କରାଯାଉଛି । ସେମାନେ ପ୍ରଥମେ ନିମାପଡାସ୍ଥିତ ପିଙ୍ଗଳାକ୍ଷୀ ପବ୍ଲିକ ଅର୍ଗାନାଇଜେସନ, କୋଣାର୍କ ବୁଲି ଦେଖିସାରିବା ପରେ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ । ପରେ ସେମାନେ ପୁରୀ ବେଳାଭୂମି ବୁଲି ଦେଖି ଭୁବନେଶ୍ବର ଫେରି ଯାଇଥିଲେ । ପୁରୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଅଶୋକ କୁମାର ନାୟକ ସ୍ବାଗତ କରିବା ସହ କାର୍ଯ୍ୟ କ୍ଷେତ୍ରରେ ନିଷ୍ଠାର ସହ କାମ କରିବାକୁ ପରାମର୍ଶ ଦେଇଥିଲେ । ଗତ ମାସ ୨୭ ତାରିଖରେ ୫୦ ଜଣ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀମାନେ ପ୍ରଥମ ପର୍ଯ୍ୟାୟରେ ପୁରୀ ଭ୍ରମଣରେ ଆସିଥିବା ବେଳେ ଆଜି ଆଉ ୩୭ ଜଣ ପୁରୀ ବୁଲିଆସି ଖୁସିବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published.