ଯୁବ ଓ ଛାତ୍ର କଂଗ୍ରେସକୁ ଅଟକ

ପୁରୀ,(ନାଗରାଜ ନ୍ୟୁଜ): ଆଜି ପୁରୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁକୂଳ ଚନ୍ଦ୍ର ସତସଙ୍ଗ କେନ୍ଦ୍ର କୁ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଯୁବ ଓ ଛାତ୍ର କଂଗ୍ରେସ ତରଫରୁ ଏକ ଦାବିପତ୍ର ଦେବାକୁ ଚିନ୍ତା କରାଯାଇଥିଲା ହେଲେ ପୋଲିସ ବିଭାଗ ସୁବାସ ବୋଷ ଛକ ଠାରୁ ଆଗକୁ ଯିବାକୁ ଦେଇନଥିଲେ | ଏଠି ପ୍ରଶ୍ନ କାହିଁକି ଡରୁଛନ୍ତି ନବୀନ ପଟ୍ଟନାୟକ – ପୁରୀର ବିକାଶ ନାମରେ ମନେ ହୁଏ ଜିଭଳି କାର୍ଯ୍ୟ ଧାରା ଚାଲିଛି ଏହା ବିନାଶ ର ଲକ୍ଷଣ | କାରଣ ପକୃତ ମୌଳିକ ଅଧିକାର ଆମ ପୁରୀ ବାସୀଙ୍କୁ ପ୍ରଦାନ କରାଯାଉ ନାହିଁ | ହେଲେ ଏଠି ବିକାଶ ନାମରେ ପ୍ରତାରଣା ଗରିବ ସାଧାରଣ ଉଠା ଦୋକାନୀ ଙ୍କୁ ଦିଆ ଯାଉଛି | ଯୋଜନା ଲାଗୁ ହେଉଛି | ହେଲେ, ମୌଳିକ ଅଧିକାର ନାହିଁ – ଜାଗା ମିଶନ ରେ ପୁରୀର ୧୭୦୦୦ରୁ ଉର୍ଧ ପରିବାର ପଟ୍ଟା ପାଇ-ନାହାନ୍ତି | ପୁରୀର ସ୍ଥାଇ ପ୍ରତିକାର ରୂପେ ଭୂ-ସମ୍ପତ୍ତି ସୁରକ୍ଷା ଏକ ପ୍ରଶ୍ନ ହୋଇ ରହିଛି | ପୁରୀର ଅଙ୍ଗନବାଡି କ୍ଷେତ୍ରରେ ଛୁଆ ଓ ଗର୍ବବତୀ ମହିଳାଙ୍କୁ ନିମ୍ନମାନର ଖାଦ୍ୟ ସହ ଛତୁଆ ବି ନିମ୍ନ ମାନର ବା ଗୋରୁ ଖାଦ୍ୟ ପ୍ରଦାନ କରାଯାଉଛି | ଅଙ୍ଗନବାଡି ସେଣ୍ଟର ବହୁତ ଜାଗାରେ ନଥିବା ବେଳେ ପିଲା ଅସୁସ୍ଥ ପରିବେଶରେ ପାଠ ପଢୁଛନ୍ତି | ପୁରୀର ସ୍କୁଲ ଓ କଲେଜ ଗୁଡ଼ାକରେ ଶିକ୍ଷକ ଓ ଅଧ୍ୟାପକ ନାହାନ୍ତି | ପୁରୀର ପୁରାତନ ମହା-ବିଦ୍ୟାଳୟ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ କୁ ବିଶ୍ୱ-ବିଦ୍ୟାଳୟ ଆଖ୍ୟା ମିଳୁନି | ମୁଖ୍ୟ ମୌଳିକ ଅଧିକାର ରୂପରେ ପୁରୀର ଜନତାଙ୍କ ସ୍ୱାସ୍ଥ୍ୟଗତ ଅଧିକାର ପୁରୀର ସ୍ୱାସ୍ଥ୍ୟ ଅବସ୍ଥା ବିପର୍ଯୟ – ଡାକ୍ତରଖାନାରେ ଡାକ୍ତର ନାହାନ୍ତି କି ଡାକ୍ତରୀ ଚିକିତ୍ସା ପାଇଁ ସରଞ୍ଜାମ ନାହିଁ | ଯାହାଫଳରେ ଟିକେ ଜର କି ଥଣ୍ଡା ହେଲେ ପୁରୀ ସ୍ୱାସ୍ଥ୍ୟ ବିଭାଗ କଟକ ସ୍ଥାନାନ୍ତର କରୁଛନ୍ତି | ଦ୍ୱିତୀୟରେ ମୁଖ୍ୟ କଥା ପୁରୀର ଓ ଓଡ଼ିଶାର ଗର୍ବ – ପରିଚୟ ଶ୍ରୀ ଜଗନ୍ନାଥ ମନ୍ଦିର ହେଲେ ଆଜି ଧୋନ୍ସ ହେବାକୁ ଯାଉଛି | ମନ୍ଦିର ତତ୍ଵାବଧାନ କମିଟି (ଏ.ଏସ.ଆଇ) ବାରମ୍ବାର ମନ୍ଦିର ସୁରକ୍ଷାକୁ ନେଇ ରତ୍ନଭଣ୍ଡାର ଫିଟେଇବାକୁ ଓ ରତ୍ନ ଭଣ୍ଡାର ଅସୁରକ୍ଷିତ ଥିବା କହିଥିବା ବେଳେ – ସରକାର କିମ୍ବା ପ୍ରଶାସନ କୌଣସି ପଦକ୍ଷପ ନେଉ ନାହାନ୍ତି | ଏଠି ପ୍ରଶ୍ନ ସରକାର ସହ ସହ ବର୍ଷର କିମ୍ବଦନ୍ତୀ ଇତିହାସ ର ମଠ ମନ୍ଦିର ଭାଙ୍ଗି କୋଉ ବିକାଶ ର ନାମରେ ଡିଣ୍ଡିମ ପିଟୁଛନ୍ତି | ଆପଣଙ୍କୁ ଅନୁରୋଧ ଆପଣ ଆମର ଗୁହାରି ଶୁଣି ତୁରନ୍ତ ଏହି ସବୁ ପୁରୀ ବାସୀଙ୍କ ମୌଳିକ ଅଧିକାର ଉପରେ ସ୍ଥାଇ ପ୍ରତିକାର କରନ୍ତୁ | ଏହି ଅନୁଯାଇ ଆମେ ଦାବିପତ୍ର ପ୍ରସ୍ତୁତ କରିଥିଲୁ – ହେଲେ କାହିଁକି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବାକୁ ଦିଆଯାଇ ନଥିଲା ଆମକୁ ? କାହିଁକି ପୋଲିସ ନାଲି ଆଖି ଦେଖାଇ ରାସ୍ତାରୁ ଆରେଷ୍ଟ କରିନେଲେ ? କଣ ପାଇଁ ବିକାଶ ନାମରେ ପୁରୀର ମୌଳିକ ଅଧିକାର ଜନତାଙ୍କୁ ପ୍ରଦାନ କରାଯାଉନି ଏହାର ପ୍ରଶ୍ନ ନେଇ ଛାତ୍ର ଓ ଯୁବ କଂଗ୍ରେସ ତରଫରୁ ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ ବସ୍ତି ନେତା ମନୋଜ ମଣ୍ଡଳ, ଛାତ୍ର କଂଗ୍ରେସ ପୁରୀ ଜ଼ିଲ୍ଲା ସଭାପତି ଆଶୁତୋଷ ମିଶ୍ର, ଜ଼ିଲ୍ଲା ଉପ ସଭାପତି ରୀଶାନ ଦାଶ, ସାହିଲ ମହାନ୍ତି, ଜଗଦୀଶ ରାଉତ, ବିଶ୍ୱଜିତ ସ୍ୱାଇଁ, ଲକ୍ଷ୍ମୀଧର ସେଠି, ରାକେଶ ପ୍ରଧାନ, ବିଶ୍ୱଜିତ ଦଳେଇ ଙ୍କ ସହ ଅନ୍ୟ ଶତାଧିକ କର୍ମୀଙ୍କୁ ପୋଲିସ ଉଠାଇନେଇ ପୋଲିସ ବ୍ୟାରେକରେ ଅଟକ ରଖିଥିଲେ |

Leave a Reply

Your email address will not be published.