ରକ୍ତଦାନ ଶିବିର ଅନୁଷ୍ଠିତ

ଖଇରା,(ନାଗରାଜ ନ୍ୟୁଜ): ପ୍ରତିଟି ଜୀବନ ମୂଲ୍ୟବାନ ମୁଖ୍ୟମନ୍ତ୍ରୀ ଙ୍କର ଏହି ଆହ୍ୱାନ କୁ ପାଥେୟ କରି ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଙ୍କର ନିର୍ଦ୍ଦେଶ ରେ ଆଜି ଖଇରା ବ୍ଲକ ଶୁଣ୍ଡିରାଗଣ୍ଡିବେଡ଼ ପ୍ରାର୍ଥମିକ ବିଦ୍ୟାଳୟ ରେ ଜୀବନ ବିନ୍ଦୁ ମାଧ୍ୟମରେ ଏକ ସ୍ୱାଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ୫୫ୟୁନିଟ ରକ୍ତ ସଂଗୃହୀତ ହୋଇଛି ।ସେହିପରି ଖଇରା ଉଚ୍ଚ ବିଦ୍ୟାଳୟ ପରିସରରେ ମଧ୍ୟ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ୭୦ୟୁନିଟ ରକ୍ତ ସଂଗୃହୀତ ହୋଇଛି ।ଏଥିରେ ଶିବିର ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦଘାଟନ କରିଥିବା ବେଳେ ଜୀବନ ବିନ୍ଦୁ ର ବ୍ଲକ ସଂଯୋଜକ ପ୍ରହଲ୍ଲାଦ ପତି ପରିଚାଳନା କରିଥିଲେ ।ଅନ୍ୟତମ ଅତିଥି ଭାବେ ଜିଲ୍ଲାପରିଷଦ ରଶ୍ମିତା ମହାପାତ୍ର, ସରପଞ୍ଚ ମାଲତି ସେଠି, ସମିତି ସଭ୍ୟା ନମ୍ରଦା ଦେଉ ପ୍ରମୁଖ ଉପସ୍ଥିତ ଥିଲେ ।ଯୁବ ନେତା ସୌମ୍ୟ ରଞ୍ଜନ ନାୟକ,ଅଜୟ ଓଝା, ମନୋଜ ମହାପାତ୍ର ଶଶାଙ୍କ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।ଜୀବନ ବିନ୍ଦୁ ମାଧ୍ୟମରେ ସିମୁଳିଆ ନିର୍ବାଚନ ମଣ୍ଡଳୀ ରେ ୫ବର୍ଷ ରେ ୯୪୪୨ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ବେଳେ ଆଗାମୀ ୨୫ତାରିଖ ଭିତରେ ୧୦ହଜାର ୟୁନିଟ ରକ୍ତ ସଂଗୃହୀତ ହେବା ନେଇ ବିଧାୟକ ପ୍ରକାଶ କରିଛନ୍ତି .

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.