ଭିକ୍ଷାବୃତି ଛାଡିଲେ,ବ୍ୟାଗ ଧରି ବିଧାୟକଙ୍କ ଗାଡିରେ ସ୍କୁଲ ଆସିଲେ, ମାନବିକତାର ଜ୍ୱଳନ୍ତ ଉଦାହରଣ ଦେଖାଇଲେ ବିଧାୟକ

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲା ଖଇରା ବ୍ଲକ ତୁଡିଗଡିଆ ତେନ୍ତୁଳିଆପଡା ଗ୍ରାମର ଏକ ପରିତ୍ୟକ୍ତ ଘରେ ଭିକ୍ଷାବୃତି କରୁଥିବା ଚନ୍ଦନ ଶବରଙ୍କ ନାବାଳକ ପିଲା ମାନେ ଶୁକ୍ରବାର ଠାରୁ ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ା ତାଙ୍କର ୩ପୁଅ ପପୁ ଶବର(୬) ବିଷ୍ଣୁ ଶବର(୫) ଅଭି ଶବର(୪) ଙ୍କୁ ଖଇରା ନିକଟସ୍ଥ ସାଇପବ୍ଲିକ ସ୍କୁଲ ଛାତ୍ରାବାସରେ ମଗଣାରେ ରଖାଯିବା ର ବନ୍ଦୋବସ୍ତ କରାଯାଇଛି ା ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଶୁକ୍ରବାର ତେନ୍ତୁଳିଆ ପଡାରେ ରହୁଥିବା ପିଲା ମାନଙ୍କୁ ସ୍କୁଲ ଡ୍ରେସ ଓ ଜୋତା ପିନ୍ଧାଇ ନିଜ ଗାଡିରେ ସେମାନଙ୍କୁ ବିଦ୍ୟାଳୟ ପର୍ଯ୍ୟନ୍ତ ନେଇଥିଲେ ା ବିଦ୍ୟାଳୟ କମିଟି ସମ୍ପାଦକ ପିତାମ୍ବର ମହାପାତ୍ର,ପ୍ରଧାନଶିକ୍ଷୟତ୍ରୀ କଳ୍ପନା ମଞ୍ଜରି ରାଉଳଙ୍କ ସହଯୋଗରେ ପିଲା ମାନଙ୍କର ପ୍ରବେଶ ଉତ୍ସବ କରାଯାଇଥିଲା ା ସହକାରୀ ଶିକ୍ଷୟତ୍ରୀ ହେମାମାଳିନୀ ମହାନ୍ତି,ଅଞ୍ଜଳି ଜେନା,ଝରଣା ବେହେରା,ଉର୍ମିଳା ଦାସ,ଭାଗ୍ୟଶ୍ରୀ ନାୟକ,ଶିକ୍ଷକ ପଦ୍ମନାଭ ବେହେରାଙ୍କ ସମେତ ଜିଲ୍ଲାପରିଷଦ ମାନଶ କୁମାର ଦାସ ସମେତ ସ୍ଥାନୀୟ ଲୋକପ୍ରତିନିଧି ମାନେ ଉପସ୍ଥିତ ଥିଲେ ା ଉକ୍ତ ପିଲାମାନଙ୍କ ଭିକ୍ଷାବୃତ୍ତି କରି ଚଲୁଥିବା ବେଳେ ବିଧାୟକ ସେମାନଙ୍କୁ ମୁଖ୍ୟ ସ୍ରୋତ ସାମିଲି କରିଥିବାରୁ ବିଧାୟକ ଙ୍କୁ ଏଭଳି କାର୍ଯ୍ୟ କୁ ନେଇ ଚର୍ଚ୍ଚ ଜୋର ଧରିଛି l

ବାଲେଶ୍ବର ଜିଲ୍ଲା ଖଇରା ବ୍ଲକରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.