ନୂଆଶାସନ ଗ୍ରାମରେ ଗୁଳି ବର୍ଷା

କଟକ,(ନାଗରାଜ ନ୍ୟୁଜ ): AK47 ରୁ ଗୁଳି ବର୍ଷା, ଲୋକେ ଆତଙ୍କିତ ଭୟଭିତ, କିଏ ମାରୁଛି ଗୁଳି, କେଉଁଠୁ ଆସୁଛି ଗୁଳି,କଣ ରହିଛି ଉଦ୍ଧେଶ୍ୟ, ଏଭଳି ଦେଖିବାକୁ ମିଳିଛି ଆଠଗଡ଼ ବ୍ଳକ ନୂଆଶାସନ ଗ୍ରାମରେ ପଡୁଛି ମେଞ୍ଚା ମେଞ୍ଚା ଗୁଳି ଛକ ବଜାର ଠାରୁ ଆରମ୍ଭ କରି ଲୋକଙ୍କ ଘରେ ମଧ୍ୟ ପଡୁଛି ଗୁଳି । ଗୁଳିର ପ୍ରେସର ଏତେ ଅଧିକ ରହିଛି ଯେ ଘରର ଆଜ ବେଷ୍ଟ କଣା ହେଇଜାଉଛି ଏବଂ ବହୁ ଜନସାଧାରଣ ଙ୍କର ମଧ୍ୟ ଗୁଳି ରେ ଖଣ୍ଡିଆ ଖାବରା କ୍ଷତି ହେଉଛି । ଜଣେ ମହିଳା ଙ୍କ ହାତରେ ଗୁଳି ବାଜିବା ପରେ ଅପରେସନ ହୋଇ ଗୁଳି କାଢିଥିବା କହିଥିବା ବେଳେ ଗ୍ରାମ ମୁରବି ଅଭିଯୋଗ ଆଣଛନ୍ତି ସରକାର ପଦକ୍ଷେପ ନନେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଗ୍ରାମ ବାସୀ ମାନେ ଧମକ ଦେଇଛନ୍ତି। ଜନସାଧାରଣ ନୁହେଁ ଗ୍ରାମର ଗାଇ ଗୋରୁ ମଧ୍ୟ ଗୁଳି ମାଡର ଶିକାର ହୋଇଛନ୍ତି, ସବୁଠାରୁ ବଡ କଥା ଛୋଟ ଛୋଟ ସ୍କୁଲ ପିଲାମାନଙ୍କ ପାଇଁ ଅଭିବାଭକ ମାନେ ଏବଂ ଦୋକାନି ମାନେ ମଧ୍ୟ ଚିନ୍ତାରେ କେତବେଳେ ଯେ କାହା ମୁଣ୍ଡରେ ବାଜିଯିବ କହିହେବ ନାହିଁ, କେବଳ ଭଗବାନ ଭରଷା, ତଦନ୍ତ କରି ପଦକ୍ଷେପ ନେବାକୁ ଗ୍ରାମର ଜନସାଧାରଣ ରେ aଦାବି ହେଉଛି ସୁରକ୍ଷା ଦିଗରେ ଆଠଗଡ଼ ତଥା କଟକ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛି ତାକୁ ହିଁ ଅପେକ୍ଷା ?

Leave a Reply

Your email address will not be published.