ଚଳନ୍ତା ଗାଡ଼ିରେ ଲାଗିଲା ନିଆଁ ଅଳ୍ପକେ ବଞ୍ଚିଗଲେ ପରିବାର ଲୋକେ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଆଜି ଗଁଦିଆ ବସଷ୍ଟାଣ୍ଡ ପାଖରେ ସକାଳ ସମୟରେ ଏକ ଦୁଃଖଦ ଘଟଣା ଘଟିବାକୁ ଯାଉଥିଲା ଭଗବାନଙ୍କ କୃପାରୁ ବଞ୍ଚିଗଲେ ଜଳନ୍ତା ଗାଡ଼ିରେ ସବାର ପରିବାର ସଦସ୍ୟ ମାନେ ଘଟଣାରୁ ସ୍ପଷ୍ଟ ଭାବରେ ଜଣାଯାଇଛି ଭୁବନର ରମଣ ଅଗ୍ରୱାଲା ଙ୍କର ଏକ ମାରୁତି ଓମିନି କାର ଯାହାର ନଂ OR-02BB-6457ରେ ତାଙ୍କର ସାନ ଭାଇ କୃଷ୍ଣ ଅଗ୍ରୱାଲ ନିଜର ପରିବାରକୁ ନେଇ ଭୁବନରୁ ଭୁବନେଶ୍ୱର ଯାଉଥିଲେ ଉକ୍ତ ଗାଡ଼ିରେ ତାଙ୍କୁ ମିଶାଇ ମୋଟ୪ଜଣ ସେଥିରୁ୨ଜଣଛୋଟ ପିଲା ଥିଲେ ଗାଡି ଆସୁଥିବା ବେଳେ ହଟାତ ଗଁଦିଆ ସନ୍ତୋସି ଠାକୁରାଣୀ ଙ୍କର ମନ୍ଦିର ଠାରେ ରାସ୍ତା ଉପରେ ଥିବା ହମ୍ପ ପାରହେବା ବେଳେ ଉକ୍ତ ଗାଡ଼ିରୁ ନିଆଁଗୁଲ ବାହାରି ଥିଲା ନିକଟରେ ଦୋକାନ କରିଥିବା ଗଁଦିଆର ଟିଲୁ ସାହୁ ଗାଡ଼ିରେ ନିଆଁ ଲାଗିଛି ବୋଲି ପାଟି କରିବାରୁ କୃଷ୍ଣ ତୁରନ୍ତ ଗାଡିକୁ ରଖି ସେଥିରେ ବସିଥିବା ନିଜର ପରିବାର ବର୍ଗଙ୍କୁ ତୁରଣ ପଦାକୁ ବାହାର କରି ଆଣିଥିଲେ ତୁରନ୍ତ ଗଁଦିଆ ଅଗ୍ନିଶମ ବାହିନୀ କୁ ଖବର ଦିଆଯାଇଥିଲା ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉକ୍ତ ଗାଡ଼ିରେ ଲାଗିଥିବା ନିଆଁ କୁ ଆୟତ୍ତ କରିଥିଲେ ଏହି ଅଭାବନିୟ ଘଟଣା ଆଜି ସକାଳ8.30Amସମୟ ମଧ୍ୟରେ ଘଟିଥିଲା ଗାଡ଼ିରେ ନିଆଁ ଲାଗିବା କାରଣ ଜଣା ପଡ଼ିନାହିଁ କିନ୍ତୁ ଗାଡ଼ିରେ ସର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟି ଥାଇ ପାରେ ବୋଲି ଅନୁମାନ କରାଯାଉଛି .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.