କ୍ୟାଣ୍ଟନମେଣ୍ଟ ପୋଲିସ ପକ୍ଷରୁ ୧୨୦ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

କଟକ, (ନାଗରାଜ ନ୍ୟୁଜ): ଗତକାଲି ରାତିରେ ବାଲିଯାତ୍ରା ପଡ଼ିଆ ନିକଟରେ କ୍ୟାଣ୍ଟନମେଣ୍ଟ ପୋଲିସ ପକ୍ଷରୁ ୧୨୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛି । ଏହି ବ୍ରାଉନସୁଗାର୍ କାରବାରରେ କ୍ୟାଣ୍ଟନମେଣ୍ଟ ପୋଲିସ ପୁଅ ନିରଞ୍ଜନ ମହାନ୍ତି ଓ ବାପା ପବିତ୍ର ମହାନ୍ତିଙ୍କୁ ଗିରଫ କରିଛି । ଗତକାଲି ରାତିରେ ୨ଜଣ ଅଭିଯୁକ୍ତ ମହାନଦୀ କୂଳରେ ବୁଲୁଥିବାର ଦେଖା ଯାଇଥିଲା । ପୋଲିସ ଉଭୟଙ୍କୁ ସନ୍ଦେହ କରି ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ସେମାନଙ୍କ ଠାରୁ ୧୨୦ ଗ୍ରାମର ବ୍ରାଉନ ସୁଗାର ଜବତ କରା ଯାଇଥିଲା । ଉଭୟ ଅଭିଯୁକ୍ତଙ୍କ ଘର ଜଗତସିଂହ ପୁର ଜିଲ୍ଲା ଇଟାପଡ଼ା ଅଞ୍ଚଳରେ ବୋଲି ଜଣା ପଡ଼ିଛି ।

Leave a Reply

Your email address will not be published.