ପୁଣି ଫେରିଲେ ଚନ୍ଦକାହାତୀ

ଆଠଗଡ, (ନାଗରାଜ ନ୍ୟୁଜ): ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଆଠଗଡ଼ ବନଖଣ୍ଡ ଅଞ୍ଚଳକୁ ଫେରିଛନ୍ତି ଏବେ ଚନ୍ଦକା ହାତୀପଲ । ଏହି ହାତୀପଲରେ ୧୬ରୁ ଅଧିକା ହାତୀ ଥିବାବେଳେ ଏହି ହାତୀପଲ ଖୁଣ୍ଟୁଣୀ ରେଞ୍ଜର ବିଭିନ୍ନ ରାସ୍ତା ତଥା ଗାଁର ଆଖପାଖ ସହ ଜାତୀୟ ରାଜପଥ କଡରେ ବୁଲୁଛନ୍ତି । ଯେଉଁଥିପାଇଁ ଏବେ ସ୍ଥାନୀୟ ଲୋକେ ଭୟଭିତ ଅଛନ୍ତି । ଏହି ସମୟରେ ଚାଷକାର୍ୟ୍ୟ ଚାଲୁଥିବାରୁ ହାତୀପଲ ଫସଲ ନଷ୍ଟ କରୁଛନ୍ତି । ସେମାନଙ୍କ ଉପରେ ବନବିଭାଗ ନଜର ରଖିଛି ବୋଲି ଖୁଣ୍ଟୁଣୀ ରେଞ୍ଜର ସୂଚନା ଦେଇଛନ୍ତି ।

Leave a Reply

Your email address will not be published.