କର୍କଟ ରୋଗୀଙ୍କ ପାଖରେ ପହଞ୍ଚିଲେ ସମାଜସେବୀ

 

 

ବାଲେଶ୍ୱର, (ନାଗରାଜ ନ୍ୟୁଜ): ରୋଗରେ ଆକ୍ରାନ୍ତ ରୋଗୀଙ୍କ ପାଖରେ ପହଞ୍ଚିଲେ ସମାଜସେବୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଆଟପୁର ପଞ୍ଚାୟତ ବେଲଦା ଗ୍ରାମରେ । ପିତା ସୁରେନ୍ଦ୍ର ନାୟକ ଓ ମାତା କୌଶଲି ନାୟକଙ୍କ ପୁତ୍ର କୈଳାସ ନାୟକ(୩୦) । ସେ ପଞ୍ଜାବରେ କୌଣସି ଏକ କମ୍ପାନୀରେ କାମ କରୁଥିବା ସମୟରେ ସେଠାକାର ଡାକ୍ତରଙ୍କ ଚିକିତ୍ସାରୁ ସୂଚନା ପାଇଥିଲେ । ଭଲ ହେବାପାଇଁ ଆବଶ୍ୟକ ଅର୍ଥ ପାଖରେ ନଥିବାରୁ ଘରକୁ ପଳାଇ ଆସିଥିଲେ । ଏଠାରେ ପ୍ରଥମେ ବାଲେଶ୍ୱର ଓ ପରେ କଟକ ଯାଇ ଚିକିତ୍ସିତ ହେଉଛନ୍ତି । ଅର୍ଥର ଅଭାବ ଯାହା ତାଙ୍କ ଚିକିତ୍ସାରେ ବାଧା ସୃଷ୍ଟି କରିଛି । ଦୁଃଖାରେ ଭାଙ୍ଗି ପଡିଛନ୍ତି କୈଳାସ ଓ ତାଙ୍କର ପରିବାର । ଏପରି ସ୍ଥଳେ ବିଶେଷ ସୂତ୍ରରୁ ଖବରପାଇ ଖଇରା ବ୍ଲକ, ପଳସା ଗ୍ରାମର ସମାଜସେବୀ ତଥା ଶୂନ୍ୟ ମଠ ପଳସାର ମହନ୍ତ ଗଙ୍ଗାଧର ଦାସ ନାୟକଙ୍କୁ ଭେଟି ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ । ସମ୍ପୂର୍ଣ୍ଣ ପଚାରି ବୁଝିବା ପରେ ନଗଦ ଅର୍ଥରାଶି ୫ ହଜାର ଟଙ୍କା ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି, ମହାନ୍ତି ବିଭିନ୍ନ ସମୟରେ ବିଭିନ୍ନ ଅଞ୍ଚଳକୁ ଯାଇ ବନ୍ୟା, ବାତ୍ୟା, ମରୁଡି, ଘରପୋଡି ଓ ରୋଗୀମାନଙ୍କ ପାଖରେ ପହଞ୍ଚି ସ୍ୱଇଚ୍ଛାରେ ସହାୟତା ପ୍ରଦାନ କରିଥାନ୍ତି । ଏଥିପାଇଁ ଦାସ ଅଞ୍ଚଳରେ ଜଣେ ଦକ୍ଷ ସମାଜସେବୀ ଭାବେ ପରିଚିତ ଅଟନ୍ତି । ଯଦି କେହି ସହୃଦୟ ବ୍ୟକ୍ତି ସହାୟତା ଦେବାକୁ ଚାହାନ୍ତି ତେବେ ୮୧୪୪୦୬୪୫୫୪ରେ ଯୋଗାଯୋଗ କରିପାରିବେ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ପରିବାର ।

Leave a Reply

Your email address will not be published.