ଗନ୍ଦିଆ ବ୍ଲକରେ ଶିଶୁ ସୁରକ୍ଷା ରଥ ପରିଭ୍ରମଣ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକରେ ଚାଇଲ୍ଡଲାଇନ ଦ୍ୱାରା ଶିଶୁ ସୁରକ୍ଷା ନିମନ୍ତେ ଏକ ଶିଶୁ ସମ୍ପର୍କ ରଥ ପରିଭ୍ରମଣ କରିଥିଲା ଓ ସିଗନେଚର କ୍ୟାମ୍ପ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା । ଢେଙ୍କାନାଳ ଜିଲ୍ଲା ପ୍ରଶାସନଙ୍କ ଦ୍ୱାରା ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥର ଉଦଘାଟନ କରାଯାଇଥିଲା । ଏହି ରଥଟି ଜିଲ୍ଲାର ସମସ୍ତ ବ୍ଲକ ପରିଭ୍ରମଣ କାର୍ଯ୍ୟକ୍ରମ ରହିଛି । ରଥଟି ଗଁଦିଆ ବ୍ଲକ ପରିଭ୍ରମଣ କରିଥିଲା । ଏହି ରଥକୁ ଗନ୍ଦିଆ ବ୍ଲକ ଓ ଗନ୍ଦିଆ ପୋଲିସ ଷ୍ଟେସନରେ ସ୍ୱାଗତ କରାଯାଇଥିଲା । ଆଗାମୀ ଦିନରେ କିପରି ସମସ୍ତେ ଶିଶୁ ସୁରକ୍ଷା ପ୍ରତି ଯତ୍ନବାନ ହେବେ ସେଥିପାଇଁ ସଚେତନର ବାର୍ତ୍ତା ଦିଆଯାଇଥିଲା ।

ଗନ୍ଦିଆ ବ୍ଲକରେ ଏହି କାର୍ଯ୍ୟକ୍ରମରେ ବିଡିଓ ଆଶିଷ ରଞ୍ଜନ ସାହୁ, ଏବିଡିଓ, ସିଡିପିଓ, ସୁପରଫାଇଜର, ଜିପିଇଓ, ଓଏଲଏମ ସଦସ୍ୟ, ମିଶନ ଶକ୍ତି ସଦସ୍ୟ, ଚାଇଲ୍ଡଲାଇନ ସଦସ୍ୟ, ବାଳିକା ଓ ମହିଳା ସହାୟକ ଗ୍ରାମପଂଚାୟତ ପ୍ରକଳ୍ପର ବ୍ଲକ ସଂଯୋଜିକା ଶୁଭଶ୍ରୀ ପାଇଟାଲ , ଅଙ୍ଗନବାଡ଼ି କର୍ମୀ ଓ ଗଁଦିଆ ପ୍ରେସ କ୍ଳବ ସଭାପତି ମହେନ୍ଦ୍ର ସାହୁ, ଗଁଦିଆ ଡ଼ିଜିଟାଲ ମିଡ଼ିଆ ଆସୋସିଏସନ ସଭାପତି ପ୍ରଦୀପ କୁମାର ଦାସ, କୋଷାଧ୍ୟକ୍ଷ ଅକ୍ଷୟ ପାତ୍ର ଗଁଦିଆ ଅଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରଦୀପ ଭୂୟାଁ ଓ ବ୍ଲକର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଗନ୍ଦିଆ ପୋଲିସ ଷ୍ଟେସନରେ ଆଇଆଇସି ବିଷ୍ଣୁ ଚରଣ ବାରିକଙ୍କ ସମେତ ଅନ୍ୟ କର୍ମଚାରୀମାନେ ଯୋଗ ଦେବା ସହିତ ଶିଶୁ ମାନଙ୍କର ସୁରକ୍ଷା ପ୍ରତି ଯତ୍ନ ନେବେ ବୋଲି ପ୍ରତିଶୃତି ଦେଇଥିଲେ ।

Leave a Reply

Your email address will not be published.