ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ ): ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇଁ ବନଖଣ୍ଡ ତଥା ବଣାଇ ରେଞ୍ଜ ଅଧୀନରେ ଥିବା ତିକୟତପାଲି ସେକ୍ସନର ପଥର ପୁଞ୍ଜି ନିକଟରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । କେହି ଶିକାରୀ ବାରହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତ ଦନ୍ତା ହାତୀର ବୟସ ଆନୁମାନିକ ୫୦ ବର୍ଷ ହେବ । ଗ୍ରାମବାସୀଙ୍କ ଠାରୁ ସୂଚନା ପାଇବାପରେ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ପଶୁ ଡାକ୍ତର ଆସିଲେ ବ୍ୟବଚ୍ଛେଦ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି ।

Leave a Reply

Your email address will not be published.