ଅତିରିକ୍ତ ଜ଼ିଲ୍ଲାପାଳ ପ୍ରଦୀପ ସାହୁଙ୍କୁ ଦାବୀପତ୍ର

ପୁରୀ,(ନାଗରାଜ ନ୍ୟୁଜ): ପୁରୀ ସହରରେ ଥିବା ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଆପାଟେମେଣ୍ଟ ଓ ହୋଟେଲ ମାନଙ୍କର ଅଗ୍ନିନିରାପତ୍ତା ପ୍ରମାଣପତ୍ର ଯାଞ୍ଚ ସହ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ସମ୍ପର୍କରେ ଅତିରିକ୍ତ ଜ଼ିଲ୍ଲାପାଳ ପ୍ରଦୀପ ସାହୁ ଙ୍କୁ ଦାବୀପତ୍ର ପ୍ରଦାନ କଲା ପୁରୀ ଜ଼ିଲ୍ଲା ଯୁବ ଅଧିବକ୍ତା ମଞ୍ଚ ପୁରୀ ବଡ଼ଦାଣ୍ଡର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ସମ୍ରାଟ ବିଲଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟି ସପୂର୍ଣ୍ଣ ଜଳି ଯାଇଛି |ଚବିଶି ଘଣ୍ଟାପରେ ବି ନିଆଁ ଆୟତ ହୋଇନପାରିଵା ବୋଧେ ହୁଏ ଓଡିଶା ଇତିହାସରେ ପ୍ରଥମ ଘଟଣା | ଜ଼ିଲ୍ଲା ପ୍ରଶାସନର ସହଯୋଗ ଓ ଉଦ୍ୟମ ଯୋଗୁଁ କୋଣସି ପର୍ଯ୍ୟଟନ ଵା ଜନସାଧାରଣଙ୍କ କ୍ଷୟକ୍ଷତି ହୋଇନାହିଁ | କିନ୍ତୁ ଦୁଃଖ ଓ ପରିତାପର ବିଷୟ ଶ୍ରୀମନ୍ଦିର ଠାରୁ ମାତ୍ର 200ମିଟରରେ ଥିବା ସମ୍ରାଟ ବିଲଡିଂରେ ବିନା ଅଗ୍ନି ନିରାପତ୍ତା ପ୍ରମାଣପତ୍ରରେ ବ୍ୟବସାୟ ଚାଲିଥିଲା ଓ ଅଗ୍ନି ନିର୍ବାପନ ସିଲିଣ୍ଡର, ଜରୁରୀକାଳୀନ ପ୍ରସ୍ଥାନ ଦ୍ୱାର ନଥିଲା ଯାହାଫଳରେ ଅପ୍ରଶସ୍ତ ରାସ୍ତା ଦେଇ ଦମକଳ ଗାଡି ପ୍ରବେଶ କରି ପାରିଲା ନାହିଁ ବୋଲି ମଞ୍ଚ ଅଭିଯୋଗ କରିଛି | 26 ସେପ୍ଟେମ୍ବର 2017 ମସିହାରେ ଗ୍ରେଜେଟରେ ପାସ ହୋଇଥିବା ଧାରା 26 fire safety act, 1993 ଅନୁସାରେ ହୋଟେଲ ଵା ମଲରେ fire Supervisor ଓ Fire safety ନିହାତି ରହିବା ଆବଶ୍ୟକ |ପୁରୀରେ ପାଖାପାଖି 1000(ଏକ ହଜାର )ଟି ଛୋଟ ବଡ଼ ହୋଟେଲ, ଲଜ, ଧର୍ମଶାଳା ରହିଛି କିନ୍ତୁ କିଛି ହାତ ଗଣତି ସଂସ୍ଥା ଅଗ୍ନିନିରାପତ୍ତା ବ୍ୟବସ୍ଥା ରହିଥିବା ବେଳେ ଅନ୍ୟମାନେ କେବଳ ନିୟମକୁ ଆଖିଠାର ଭାବେ ପାଳନ କରୁଛନ୍ତି |

ତେଣୁ ପୁରୀ ସହରରେ ଥିବା ସମସ୍ତ ହୋଟେଲ, ଲଜ, ଧର୍ମଶାଳା, ଆପାର୍ଟମେଣ୍ଟ ମାନଙ୍କର ଅଗ୍ନିନିରାପତ୍ତା ପ୍ରମାଣପତ୍ର ଯାଞ୍ଚ ହେବା ସହ ଯେଉଁ ମାନଙ୍କର ଅଗ୍ନିନିରାପତ୍ତା ପ୍ରଣାମପତ୍ର ନାହିଁ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗହଣ କରିବା ସହ ସେମାନଙ୍କ କୋଠାକୁ ସିଲ କରିବା ପାଇଁ ଯୁବ ଅଧିବକ୍ତା ମଞ୍ଚ ଦାବୀ କରିଛି | ଉକ୍ତ ଦାବୀ ପ୍ରଦାନ ସମୟରେ ମଞ୍ଚର ଆଵାହକ ଅନିଲ୍ କୁମାର ସାହୁ, ସଭାପତି ବିଶ୍ୱଜିତ ପ୍ରଧାନ, ସୁଭାଶିଷ ମହାନ୍ତି, କର୍ଣ୍ଣବୀର ମହାପାତ୍ର, ରତିକାନ୍ତ ପ୍ରତିହାରୀ, ସୁରେଶ ମହାପାତ୍ର, ବନବାସ ବରାଳ ପ୍ରମୁଖ ଉପସ୍ଥିତ ଥିଲେ | ଆଗାମୀ ଦିନରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଆପାଟେମେଣ୍ଟ ଓ ହୋଟେଲ ମାନଙ୍କର ଅଗ୍ନିନିରାପତ୍ତା ପ୍ରମାଣପତ୍ର ଯାଞ୍ଚ ପାଇଁ ଏକ କମିଟି ଗଠନ ହେବା ସହ ଓଡିଶାରେ Smoke evacuation machine ଆଣିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନଙ୍କୁ ଚିଠି ଲେଖିବେ ବୋଲି ଅତିରିକ୍ତ ଜ଼ିଲ୍ଲାପାଳ ପ୍ରଦୀପ ସାହୁ ପ୍ରତିଶୃତି ଦେଇଛନ୍ତି |

Leave a Reply

Your email address will not be published.