ମହିଳା ଦିବସ ଅନୁଷ୍ଠିତ

ପୁରୀ,(ନାଗରାଜ ନ୍ୟୁଜ): ଆଜି ୟୁଥ ହଷ୍ଟେଲ ପରିସରରେ ପେଣ୍ଠକଟା ମତ୍ସଜୀବୀ ସମ୍ପ୍ରଦାୟର ମହିଳାମାନଙ୍କ ଉପସ୍ଥିତିରେ ଗୋପବନ୍ଧୁ ସେବା ପରିଷଦ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଅନୁଷ୍ଠିତ ହୋଇଅଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ସମ୍ବନିତ ଶିଶୁ ବିକାଶ ଅଧିକାରୀ ଅଞ୍ଜନା କାନୁନଗୋ, ସମ୍ମାନିତ ଅତିଥିଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଉପଖଣ୍ଡ ଜିଲ୍ଲା ଲୋକସମ୍ପର୍କ ସୂଚନା ଅଧିକାରୀ ରଘୁନାଥ ସେଠୀ, ମିଶନ ଶକ୍ତି ବ୍ଲକ ସଂଯୋଜିକା ଦେବସ୍ମିତା ମହାପାତ୍ର, ଜିଲ୍ଲାର ଅଗ୍ରଣୀ ବ୍ୟାଙ୍କ ପରିଚାଳକ ପ୍ରତିନିଧି ନୀଳମ୍ବର ମହନ୍ତ, କମ୍ମ୍ୟୁନିଟି ଆକ୍ସନ କୋଲାବର୍ ପ୍ରତିନିଧି ସମ୍ବିତ କୁମାର ନନ୍ଦ, ସମାଜସେବୀ ଅର୍ଣ୍ଣପୂଣ୍ଣା ଦେବୀ ପ୍ରମୁଖ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁ ଥିଲା ଅବହେଳିତ ମହିଳାଙ୍କର ଡିଜିଟାଲ ସାକ୍ଷରତା ଉପରେ ଗୁରୁତ୍ୱ ପ୍ରଦାନ କରିବା ଓ ସରକାରୀ ସ୍ତରରେ ମିଳୁଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସାମିଲ କରାଇବା ଓ ସେମାନଙ୍କୁ ଆର୍ଥିକ ଓ ସାମାଜିକ ସ୍ତରରେ ସ୍ୱାବଲମ୍ବୀ କରାଇବା।ସମସ୍ତ ପଦାଧିକାରୀ ମାନଙ୍କ ଦ୍ୱାରା ପେଣ୍ଠକଟା ରେ ହୋଇଥିବା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିସ୍ମୟ ମିଶ୍ର ସ୍ୱାଗତ ପ୍ରଦାନ କରିଥିଲେ। ପ୍ରଦୀପ ମହାରଣା, ଏଲିନା ମିଶ୍ର, ଡାକ୍ତର ରେଡିସ କୁମାର ପରିଚାଳନା କରିବାସହ ସୁଶ୍ରୀ ସଂଗୀତା ପରିଜା ଧନ୍ୟବାଦ ଅର୍ପଣ କରିଥିଲେ। ଗୋପବନ୍ଧୁ ସେବା ପରିଷଦ କମ୍ୟୁନିଟି ଆକ୍ସନ କୋଲାବ ଓ ଭୃତି ସଂସ୍ଥା ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published.