JSW କମ୍ପାନୀ ର ଦାଦାଗିରି ବିରୋଧରେ କନ୍ଦେଇମୁଣ୍ଡା ସରପଞ୍ଚଙ୍କ କୁତ୍ରା ଥାନା ସମ୍ମୁଖରେ ଧାରଣା

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଧୀନରେ ଥିବା କନ୍ଦେଇମୁଣ୍ଡା ପଞ୍ଚାୟତ ର (ଶିବାସିମେଣ୍ଟ) ବର୍ତ୍ତମାନ ର JSW କମ୍ପାନୀ ର ଦାଦାଗିରି ଦିନକୁଦିନ ବୃଦ୍ଧି ପାଉଥିବା ର ଅଭିଯୋଗ କରି ଏହି ପଞ୍ଚାୟତ ର ସରପଞ୍ଚ ସୁଧିରମିଞ୍ଜ ଗତକାଲି ଠାରୁ କୁତ୍ରା ଥାନା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି। ସୂଚନାଯୋଗ୍ୟ ଯେ,ଶିବାସିମେଣ୍ଟ କାରଖାନାକୁ ଯେଉଁ ଦିନ ଠାରୁ ଜେଏସଡବ୍ଳୁ କମ୍ପାନୀ ନେଇଛି, ସେହି ଦିନଠାରୁ କମ୍ପାନୀ ଇନ୍ଦ୍ରଚନ୍ଦ୍ର କାହାରି କୁ ଖାତିରି କରୁନଥିବାର ଅଭିଯୋଗ ପଞ୍ଚାୟତ ର ଜନପ୍ରତିନିଧି ତଥା ଜନସାଧାରଣ ବାରମ୍ବାର ପୋଲିସ ଏବଂ ଜିଲ୍ଲା ପ୍ରଶାସନ କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ରୁ ବାଧ୍ୟ ହୋଇ କନ୍ଦେଇମୁଣ୍ଡା ସରପଞ୍ଚ ଏହି ଦୃଢ଼ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ପଞ୍ଚାୟତ ଅଧିନରେ ଯେକୋୖଣସି କାର୍ଯ୍ୟ ହେଲେ ପ୍ରଥମେ ପଞ୍ଚାୟତ କୁ ଅବଗତ କରିବା ତଥା ଗ୍ରାମସଭା ଏବଂ ପଲ୍ଲୀ ସଭାରେ ସେହି କାର୍ଯ୍ୟ ଟି ପାରିତ ହୋଇ କାର୍ଯ୍ୟ ଆରମ୍ଭ କରିବାର ନିୟମ ଥିଲେ ହେଁ କମ୍ପାନୀ ପଞ୍ଚାୟତ ନିୟମକୁ ବେଖାତିର କରୁଛି। ଜିଲ୍ଲାପ୍ରଶାସନ ଏବଂ ପୋଲିସ ପ୍ରଶାସନ କୁ ନିଜର ହାତବାରିସୀ ସଜାଇ ମନଇଛା ଜମିଜବରଦଖଲ, ଜମି ଅଧିଗ୍ରହଣ, ରାସ୍ତା ଜବରଦଖଲ କରିଚାଲିଛି। ଯଦି ଏହା ବିରୋଧରେ କେହି ମୁହଁ ଖୋଲିଲେ ସାଙ୍ଗେ ସାଙ୍ଗେ ପୋଲିସ ଲଗାଇବାକୁ ଜେଲ୍ ରେ ପୁରାଇଦେଉଛି। ପୋଲିସ ଫୋର୍ସ ନେଇ ଦାଦାଗିରି କରି ଖଣିସମ୍ପ୍ରସାରଣ କରୁଛି। ପ୍ରଶାସନ ସବୁବେଳେ କମ୍ପାନୀ ସପକ୍ଷରେ କାର୍ଯ୍ୟ କରୁଛି।

ବର୍ତ୍ତମାନ ଚାଷୀ ନିଜଚାଷଜମିରେ ଧାନଚାଷ କରିଛି,ହେଲେ ଏହି JSW କମ୍ପାନୀ ପଞ୍ଚାୟତ କିମ୍ବା ଚା କରିଥିବା ଚାଷୀ କୁ କୈାଣସି ସୂଚନା ନଦେଇ ଧାନଚାଷ କରିଥିବା ଚାଷଜମିରେ ଯୋରଜବର୍ଦସ୍ତ ବିଦ୍ବିତ ଟାୱାର ବସାଉଛି। ପ୍ରଶାସନ କିନ୍ତୁ ଆଖିବୁଜି ବସିଛି। କମ୍ପାନୀ କର୍ତ୍ତୃପକ୍ଷ ଙ୍କ ଏହିସବୁ ଦାଦାଗିରି କୁ ନେଇ କନ୍ଦେଇମୁଣ୍ଡା ସରପଞ୍ଚ କାଲିଠାରୁ କୁତ୍ରା ଥାନା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି। ବିଶେଷ କରି କୁତ୍ରା ପୋଲିସ କମ୍ପାନୀ କୁ ଅହେତୁକ ଅନୁକମ୍ପା ଦେଖାଉଥିବା ରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଅନ୍ୟ ପକ୍ଷରେ ଗତ କିଛିଦିନ ପୂର୍ବରୁ କୁତ୍ରା ଥାନା ଅଧିକାରୀ ଙ୍କ ବଦଳି ହୋଇଥିଲା, ହେଲେ ତାଙ୍କୁ ରିଲିଫ କରୁନଥିବାରୁ ଖତକୁରବାହାଲ୍ ପଞ୍ଚାୟତ ର ସରପଞ୍ଚ ଦାଢ଼ି ଧାନୁଆର୍ ଅସନ୍ତୋଷ ପ୍ରକାଶ କରି ଅତିଶିଘ୍ର ତାଙ୍କୁ ଏଠାରୁ ରିଲିଫ କରିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ଏବଂ ଏସପି ଲିଖିତ ଅଭିଯୋଗ କରିଥିଲେ।

ସୁନ୍ଦରଗଡରୁ ଦଶରଥ ପୋଡ଼ଙ୍କ ରିପୋର୍ଟ

Leave a Reply

Your email address will not be published.