ଢେଙ୍କାନାଳରେ ବାଜିରାଉତ କପ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଷ୍ଟାଡିୟମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ଉଦଘାଟିତ ହୋଇଛି ଜାତୀୟ ସ୍ତରର ବାଜିରାଉତ ଫୁଟବଲ ଟୁର୍ଣାମେଣ୍ଟ ।ଆଠଟି ରାଜ୍ୟର ବଛାବଛା ଟିମକୁ ନେଇ ଏହି ଟୁର୍ଣାମେଣ୍ଟ ଆୟୋଜନ କରାଯାଇଥିବା ବେଳେ ଏହାର ଉଦଘାଟନୀ ସମାରୋହ ଆଜି ଢେଙ୍କାନାଳ ଷ୍ଟାଡିୟମ ପଡିଆରେ ମହା ସମାରୋହରେ ଅନୁଷ୍ଠିତ ହୋଇଛି।କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିଥିଲେ।ପ୍ରଥମ ମ୍ୟାଚରେ ମୁମ୍ବାଇ ଓ ଓଡିଶା ମଧ୍ୟରେ ଅନୁଷ୍ଠିତ ହୋଇଛି।ଜାତୀୟ ସ୍ତରର ଏହି ଖେଳକୁ ଆମେ ଓଡିଆ ଅନୁଷ୍ଠାନ ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ ଓ ଜିଲ୍ଲା କ୍ରିଡା ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ କରାଯାଇଛି।ଏହି ଖେଳକୁ ଉପଭୋଗ କରିବା ପାଇଁ ହଜାର ହଜାର ସଂଖ୍ୟାରେ ଖେଳପ୍ରେମୀ ସିନେ ତାରକା ତଥା ଢେଙ୍କାନାଳ ବାସୀ ଏକତ୍ରିତ ହୋଇଥିଲେ।ଟୁର୍ଣାମେଣ୍ଟର ଅନ୍ୟ ମ୍ୟାଚ ଗୁଡିକ ଅନୁଗୁଳ ଓ ତାଳଚେରରେ ଅନୁଷ୍ଠିତ ହେବ।ସର୍ବ କନିଷ୍ଠ ସହିଦ ବାଜିରାଉତଙ୍କ ସ୍ମୁତିରେ ଏହି ଫୁଟବଲ କପର ଆୟୋଜନ କରାଯାଇଛି ।

ସ୍କୁଲ କଲେଜ ପିଲାଙ୍କ ସହ ଆଜିର ଯୁବବର୍ଗଙ୍କୁ ଫିଜିକାଲ ଫିଟନେସ ପାଇଁ ପଡିଆକୁ ଆଣିବାକୁ ଏହି ବାଜିରାଉତ ଫୁଟବଲ କପ୍ ର ଉର୍ଦ୍ଧେଶ୍ୟ ବୋଲି କହିଛନ୍ତି ଧର୍ମେନ୍ଦ୍ର।ଫିଫା , ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ , ଭାରତ ସରକାର ନବୋଦୟ ବିଦ୍ୟାଳୟ ମାଧ୍ୟମରେ ଦେଶର ଅଢେଇ କୋଟି ପିଲାଙ୍କୁ ଖେଳ ତଥା ବିଶେଷ କରି ଫୁଟବଲ ପ୍ରତି ଆଗ୍ରହ ବଢାଇବାର ପ୍ରୟାସ ହାତକୁ ନିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରୀୟ ଶିକ୍ଷା ନିତିର ପରିକଳ୍ପନା ଦେଶକୁ ଖେଲୋ ଇଣ୍ଡିଆ ଫିଟ ଇଣ୍ଡିଆ ମାଧ୍ୟମରେ ସଞ୍ଜୋଗ କରାଯିବ। ପ୍ରତ୍ୟେକ ବର୍ଷ ଢେଙ୍କାନାଳ ଜିଲ୍ଲାରେ ଏହିଭଳି ବାଜିରାଉତ ଫୁଟବଲ କପ୍ ର ଆୟୋଜନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ଧର୍ମେନ୍ଦ୍ର।ଢେଙ୍କାନାଳ ଷ୍ଟାଡିୟମରେ ଆୟୋଜିତ ପ୍ରଥମ ମ୍ୟାଚରେ ମୁମ୍ବାଇ କେନକ୍ରେଭ ୧ଗୋଲରେ ବିଜୟ ଲାଭ କରିଛି।

Leave a Reply

Your email address will not be published.