ସିରୁଳି ମହାବୀର ମନ୍ଦିରରେ ସେବା ଓ ଦକ୍ଷିଣାକୁ ନେଇ ବିବାଦ

ପୁରୀ, (ନାଗରାଜ ନ୍ୟୁଜ): ସିରୁଳି ମହାବୀର ମନ୍ଦିରରେ ସେବା ଓ ଦଖିନାକୁ ନେଇ ବିବାଦ ତେଜିଲା । ମନ୍ଦିର ସେବକ ହେଲେ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ । ଆଜି ପୁରୀ ଜିଲ୍ଲା ଶିରୁଳି ମହାବୀର ମନ୍ଦିରରେ ଲାଗିଥିବା ସେବା ଓ ଦକ୍ଷିଣା ବିବାଦ ଜଟିଳ ପରିସ୍ଥିତିରେ ପହଞ୍ଚିଥିଲା। ମନ୍ଦିର ସେବକ ମାନେ ଆଜି ମହାବୀର ମନ୍ଦିରରେ ତାଲା ପକାଇ ବିକ୍ଷୋଭରେ ମନ୍ଦିର ସାମ୍ନାରେ ବସିଥିଲେ ଜିଲ୍ଲା ପ୍ରଶାସନ କୌଣସି ନିଷ୍ପତ୍ତି ନଦେବାରୁ ସେବକ ପରିବାରର ସମସ୍ତ ସଦଷ୍ୟ ସନ୍ଧ୍ୟାରେ ଉପଜିଲ୍ଲାପାଳ ଭବତ ଚରଣ ସାହୁଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ। ଏବଂ ଖୁବଶୀଘ୍ର ଏହାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ମହାବୀର ମନ୍ଦିର ଖୋଲିବାକୁ ବୁଝାଇ ଛାଡିଥିଲେ। କିନ୍ତୁ ଆଜି ଶିରୁଳି ମହାବୀରଙ୍କ ଦର୍ଶନ କରିବା ପାଇଁ ଆସିଥିବା ଶହ ଶହ ଶ୍ରଦ୍ଧାଳୁ ମହାବୀରଙ୍କ ଦର୍ଶନରୁ ବଞ୍ଚିତ ହେବା ସହିତ ମନଦୁଃଖରେ ଫେରିଥିଲେ।

Leave a Reply

Your email address will not be published.