ସ୍ୱତନ୍ତ୍ର ହସ୍ତଶିଳ୍ପ ମେଳା ସ୍ଥିତି ପରଖିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ଅର୍ବାନ ହାଟରେ ସ୍ୱତନ୍ତ୍ର ହସ୍ତଶିଳ୍ପ ମେଳା ଉଦଘାଟନ ହୋଇ ଏହା ପନ୍ଦର ଦିନ ଧରି ଚାଲିବ। ଓଡ଼ିଶାର କୋଣାଅନୁକୋଣରୁ ବିଭିନ୍ନ କାରୁକାର୍ଯ୍ୟର ହସ୍ତଶିଳ୍ପ କାରିଗର ମାନେ , ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅନେକ ସେବାସଂସ୍ଥାର କାରିଗର ମାନଙ୍କ ଦ୍ୱାରା ନିର୍ମିତ କଳାକୃତିର ପ୍ରଚାର ପ୍ରସାର ଓ ବିକ୍ରୟ କରାଯିବ। ତେଣୁ ଆଜି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଓ ଅର୍ବାନ ହାଟର ଅଧିକାରୀ ମାନେ ଅର୍ବାନ ହାଟରେ ବୁଲି ରହିବା, ପାଣି,ଶୌଚାଳୟ ଓ ବିଭିନ୍ନ ସମସ୍ୟା ବୁଲି ପରଖିବା ସହିତ ଆସନ୍ତା କାଲି ମେଳା ଉଦଘାଟନ ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲା ପ୍ରକଳ୍ପ ଅଧିକାରୀ ନିର୍ଦେଶ ଦେଇଥିଲେ ।

Leave a Reply

Your email address will not be published.