ଯୁବଶକ୍ତି ସଂଗଠନ ତରଫରୁ କରୋନା ସଚେତନତା ସହ ଶୁଖିଲା ଖାଦ୍ୟ ବଣ୍ଟନ


ରଣପୁର: ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକର ବନ୍ଦମୁଣ୍ଡ ପଞ୍ଚାୟତଟି ଦୁର୍ଗମ ମାଳ ଅଞ୍ଚଳ ହୋଇଥିବାରୁ ଏବେବି ସେଠାକାର ଲୋକମାନେ କରୋନା ସମ୍ପର୍କରେ ଅବଗତ ନଥିବାବେଳେ ସେମାନଙ୍କୁ କରୋନା ସମ୍ପର୍କରେ ସଚେତନ କରିବା ପାଇଁ ଆଗେଇ ଆସିଛନ୍ତି ରଣପୁର ଯୁବଶକ୍ତି ସଂଗଠନର ସଦସ୍ୟ ମାନେ । ଯୁବଶକ୍ତି ସଂଗଠନ ତରଫରୁ ସେଠାକାର ଲୋକମାନଙ୍କୁ ମାସ୍କ, ସାନିଟାଇଜର, ସାବୁନ୍ ଇତ୍ୟାଦି ବଣ୍ଟନ କରିବା ସହ କରୋନା ଦାଉରୁ କିପରି ରକ୍ଷା ପାଇବା ସେ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିଥିଲେ । ତତସହିତ ଗତ ଦୁଇଦିନ ତଳେ ତାଣ୍ଡବ ରଚିଥିବା ବାତ୍ୟା ୟାସରେ ପ୍ରଭାଭିତ ହୋଇଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଚୁଡା, ଗୁଡ଼,କଦଳୀ ଓ ବିସ୍କୁଟ ଆଦି ପ୍ରଦାନ କରିଥିଲେ । ଏଥିରେ ସଂଗଠନର ସଭାପତି ବିଦ୍ୟାଧର ଗୁରୁ, ସଂଗଠନର ପ୍ରତିଷ୍ଠାତା ଦୀପକ ଜେନା, ସତ୍ୟ ସାହିଲ ମହାପାତ୍ର, ସତ୍ୟ ରଣା, ରାଜା, କାହ୍ନୁ ଆଦି ବହୁ ଯୁବକମାନେ ଯୋଗ ଦେଇଥିଲେ । ଯୁବଶକ୍ତି ସଂଗଠନର ଏଭଳି କାର୍ଯ୍ୟକୁ ସାରା ଅଂଚଳରେ ପ୍ରଶଂସା କରାଯାଇଛି ।

           ରଣପୁର ରୁ ବିଦ୍ୟାଧର ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.