ପୋଲିସି ସିପି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ନନ୍ଦନକାନନ୍ ଚେକ୍ ପୋଷ୍ଟ ପରିଦର୍ଶନ

ଭୂବନେଶ୍ବର: ରାଜ୍ୟରେ କରୋନା ମହାମାରୀ ଦୃତ ଗତିରେ ବଢି ଚାଲିଛି । ଏହି ମହାମାରୀକୁ ମାତ ଦେବା ପାଇଁ ରାଜ୍ୟରେ ଲକଡାଉନ ଓ ସପ୍ତାହାନ୍ତ ସଟଡାଉନର ଘୋଷଣା କରାଯାଇଛି । ତତସହିତ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ କମିସନରେଟ ପୋଲିସ ମଧ୍ୟ ଟ୍ଵିନ ସିଟିରେ ସକ୍ରିୟ ରହିଛି ।

କରୋନା ଗ୍ରାଫ ଯେପରି ତଳ ମୁହଁା ହେଉଛି, ଦିନ ଦୁଇ ଦିନ ଭିତରେ ଉପର ମୁହଁ ା ମଧ୍ୟ ରହୁଛି । ଯାହାକି ଏବେ ଚିନ୍ତାର କାରଣ ସାଜିଛି । ତଥାପି ଏହା ଭିତରେ ଓଡିଶା ପୋଲିସ ମଧ୍ୟ ନିଜ ଜୀବନକୁ ତୁଚ୍ଛ କରି ଆଗ ଧାଡିର କରୋନା ଯୋଦ୍ଧା ସାଜିଛି । ଦିନ ରାତି ଏକ କରି ଲୋକଙ୍କୁ ସୁରକ୍ଷା ଦେବା ଉଦେଶ୍ୟରେ ଲକଡାଉନ ଓ ସଟଡାଉନର ଭାରକୁ ନିଜ କାନ୍ଧରେ ବୋହୁଛନ୍ତି । ଏହି ସବୁ ମଧ୍ୟରେ ପୋଲିସ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ସନ୍ଧ୍ୟାରେ ନନ୍ଦନକାନନ୍ ପିଏସ ଚେକ୍ ପୋଷ୍ଟ ପରିଦର୍ଶନ କରିଥିଲେ । ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀଙ୍କ ମନବଳକୁ ଆହୁରି ପକ୍କା କରିବା ଉଦେଶ୍ୟରେ କିଛି ମାସ୍କ, ସାନିଟାଇଜର ଏବଂ ଖାଦ୍ୟ ପ୍ୟାକେଟ୍ ବଣ୍ଟନ କରିଥିଲେ ।

Leave a Reply

Your email address will not be published.