କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବାରଙ୍ଗ, (ନାଗରାଜ ନ୍ୟୁଜ): କଟକ ସଦର ଥାନା ଅନ୍ତର୍ଗତ ପାଇକ ସାହିର ରାଉତ ସାହିରେ ରାଉତ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାମଲୀଳା ଜଗତର ସୁନାମ ଧନ୍ୟ ନାଟ୍ୟ ନିର୍ଦେଶକ ଗୁରୁ ଶ୍ରୀଯୁକ୍ତ ରଂଜିତ ପ୍ରସାଦ ଜେନା, ପୂର୍ବତନ କର୍ପୋରେଟର ବାବାଜୀ ରାଉତ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଫାଇନାଲ ଖେଳରେ ବିଜେତା ଓ ଉପ ବିଜେତା ଦଳଙ୍କୁ ନଗଦ ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରିଥିଲେ । ଏହି ଫାଇନାଲ ଖେଳରେ ଚାରୋଟି ଟିମ ଭାଗ ନେଇଥିଲେ । ବ୍ରଦର୍ସ ବ୍ରଦର୍ସ,  ଇଲେଭେନ ବ୍ରଦର୍ସ,  ରାଉତ ବ୍ରଦର୍ସ,  ରୟାଲ ବ୍ରଦର୍ସ ଏହି ଟିମ ଗୁଡିକୁ ପରିଚାଳନା କରିଥିଲେ ଜୟ ଶ୍ରୀରାମ କ୍ରିକେଟ କ୍ଲବର ସଦସ୍ୟ  ହରିନାରାୟଣ ପଢ଼ିଆରୀ,  ଗୋବିନ୍ଦ ଚନ୍ଦ୍ର ରାଉତ, ପ୍ରଶାନ୍ତ ରାଉତ ।  ଚମ୍ପିୟାନ ବ୍ରଦର୍ସ ବ୍ରଦର୍ସ ଦଳଙ୍କୁ ଟ୍ରଫି ସହ ନଗଦ ୧୦ ହଜାର ଟଙ୍କା ଦିଆଯାଇଥିଲା । ରନର୍ସଅପ ରାଉତ ବ୍ରଦର୍ସ ଦଳଙ୍କୁ ଟ୍ରଫି ସହ ୭ ହଜାର ଟଙ୍କା ଦିଆଯାଇଥିଲା ।

 

Leave a Reply

Your email address will not be published.